ଠାକୁରାଣୀଙ୍କ ମନ୍ଦିର ପାଇଁ ଭୂମି ପୂଜା କଲେ ବିଧାୟକ
ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା ଠାକୁରାଣୀ ମନ୍ଦିର l ଏଥିପାଇଁ ବୁଧବାର ଛତ୍ରପୁର ପ୍ରିୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଭୂମି ପୂଜା କରିଛନ୍ତି l ଭୂମି ପୂଜନ ବେଳେ ସମିତି ସଭ୍ୟା ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ମଣ୍ଡଳ ସଭାପତି ଟୁକୁନା ସାହୁ,ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା, ନିରଞ୍ଜନ ନାହାକଙ୍କ ସମେତ ଗ୍ରାମ ଭଦ୍ର ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ l ସାହିରେ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ବହୁ ଦିନରୁ ସ୍ବପ୍ନ ହରିଜନ ସାହି ବାସିନ୍ଦାଙ୍କ ପୂରଣ ହୋଇଛି l ଏଥିପାଇଁ ବିଧାୟକଙ୍କୁ ସାହି ବାସୀ ଭୂୟାଁସୀ ପ୍ରଶଂସା କରିଛନ୍ତି l (ପ୍ରଦୀପ କୁମାର ପଣ୍ଡା )
