November 17, 2026

ଶାରଳା କ୍ୟାଲେଣ୍ଡର ର ଶୁଭ ଉନ୍ମୋଚନ 

IMG-20241223-WA0049
Share

 

ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସର୍ବପୁରାତନ ଶକ୍ତିପୀଠ ମା’ଶାରଳା ଦେବୀଙ୍କ ପଦ ସ୍ପର୍ଶ ଓ ପୂଜାର୍ଚନା କରାଯାଇ, ଶାରଳା କ୍ୟାଲେଣ୍ଡର ୨୦୨୫ ର ଶୁଭ ଉନ୍ମୋଚନ ତେନ୍ତୁଳିପଦାସ୍ଥିତ ଶୁଦ୍ରମୁନି ସାରଳା ଦାସଙ୍କ ସାଧନାପୀଠ ତଥା ସମାଧିପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି !ଏଥିପାଇଁ ଏକ ଲୋକାର୍ପଣ ସଭାର ଆୟୋଜନ କରାଯାଇଥିଲା !ଏହି ସଭାରେ ସଭାପତିତ୍ୱ କରିଥିଲେ ସାରଳାଦାସ ସାଂସ୍କୃତିକ ପରିଷଦ ର ସଭାପତି ବିରଜା ପ୍ରସନ୍ନ ପରିଜା !ସମ୍ପାଦକ ଚିତ୍ତରଞ୍ଜନ ପରିଜା ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିବାବେଳେ, ସାରଳାଦାସ ସ୍ମୃତି ସଂସଦ ର ଉପସଭାପତି ବିକାଶ ଚନ୍ଦ୍ର ପରିଜା ବିଶେଷ ଅତିଥିଭାବେ ଯୋଗ ଦେଇଥିଲେ !ଅନ୍ୟତମ ସମ୍ମାନିତ ଅତିଥିଭାବେ ଥିଲେ ତେନ୍ତୁଳିପଦା ସରପଞ୍ଚ ପ୍ରତିନିଧି ଜୟନ୍ତ କୁମାର ପରିଜା, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା,କବି ପ୍ରଭାତ କୁମାର ପରିଜା, ସମାଜସେବୀ ଅନିଲ କୁମାର ମହାନ୍ତି,ବରିଷ୍ଠ ନାଗରିକ ନାରାୟଣ ପରିଜା,ମହେନ୍ଦ୍ର ରାଉତ,

ରାମଚନ୍ଦ୍ର ମହାପାତ୍ର !ପ୍ରତିବର୍ଷ ପରି ଚଳିତ ବର୍ଷ ନୂତନ କ୍ୟାଲେଣ୍ଡର ୨୦୨୫ କୁ ମା’ ଶାରଳାଙ୍କ ପଦସ୍ପର୍ଶ ଓ ଯଥାରୀତି ଅନୁସାରେ ପୂଜାର୍ଚନା କରାଯାଇ, ଉପରୋକ୍ତ ଅତିଥିମାନଙ୍କ କରକମଳରେ ଶୁଭ ଉନ୍ମୋଚନ କରାଯାଇଥିଲା !ଉକ୍ତ ସଭାରେ ଏପରି ଶୁଭକାର୍ଯ୍ୟ ସଫଳତାର ସହିତ ସମାପନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ସୁବାଷ ଚନ୍ଦ୍ର ପରିଜା !ସର୍ବ ସାକ୍ଷାତରେ ନବ ପ୍ରକାଶିତ କ୍ୟାଲେଣ୍ଡର ପାଇଁ, ମା’ ବାଗବାଦିନୀ ଶାରଳାଙ୍କ ନିକଟରେ ପ୍ରକାଶକ ଙ୍କର ଦୀର୍ଘ ଜୀଵନ କାମନା କରାଯାଇଥିଲା !

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed