June 10, 2026

ଲରମ୍ଭା କଲେଜରେ ୭୮ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ..

IMG-20251123-WA0070
Share

 

 

 

ବରଗଡ଼(ସୁରେନ୍ଦ୍ର କଠାର)

ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜ ଖେଳ ପଡିଆରେ ଏନ୍ ସି.ସି.ଦିବସ ପାଳିତ ହୋଇଯାଇଅଛି।କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତି ପତକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।ଚଳିତ ବର୍ଷ ମିଳିତ ଭାବରେ ଲରମ୍ଭା ମହାବିଦ୍ୟାଳୟର ଏନ.ସି.ସି.ଆର୍ମୀ ଅଧିକାରୀ ପାଟମଞ୍ଜରୀ ସାହୁ,ନାଭାଲ ଅଧିକାରୀ ସରୋଜ କୁମାର ନାୟକ, ଏନ.ଏସ.ଏସ.ଅଧିକାରୀ ଅଜିତ କୁମାର ନାଥ,ସଂଘମିତ୍ରା ମହାକୁର ଯୁବ ରେଡକ୍ରସ ଅଧିକାରୀ କାଦମ୍ବିନୀ ଗୁରୁ,ବୀଣା ମେହେର ଲରମ୍ଭା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିନୟ କୁମାର ନାୟକ, କୁଲୁତାଟୁକୁରା ଉଚ୍ଚ ବିଦ୍ୟାଳୟର ଅଧିକାରୀ ଫକୀର ଝାଙ୍କର,ଜନତା ଉଚ୍ଚ ବିଦ୍ୟାଳୟ ଗୋଡଭଗାର ଅଧିକାରୀ ରାଜେଶ ପଟେଲ, ସିଦ୍ଧାର୍ଥ ପବ୍ଲିକ ସ୍କୁଲ କୁମେଲ ସିଂହାର ଅଧିକାରୀ ପୁଷ୍ପାଞ୍ଜଳି ଦାଶ ନିଜ ନିଜର ଟ୍ରୁପ ସହ ଯୋଗଦାନ କରିଥିଲେ।ପ୍ୟାରେଡ ସମାପନ ପରେ ଟ୍ରୁପ ମାନେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ।ଏହି କାର୍ଯକ୍ରମରେ ପ୍ରାଧ୍ୟାପକ ଦିଗାମ୍ବର ଚାନ୍ଦ,ଅଧ୍ୟାପକ ପବିତ୍ର କୁମାର ମାହାଣା

ପୂର୍ଣ୍ଣଚନ୍ଦ୍ର ମିରିଗ,ଅବିନାଶ ସାହୁ, ହୃଷିକେଶ ରଥ,ଲକ୍ଷ୍ମୀ ନାରାୟଣ ଦେହୁରୀ,ବଡ ବାବୁ ପ୍ରମୋଦ ଚନ୍ଦ୍ର ସେଠ,ସତ୍ୟବ୍ରତ କର୍ଣ୍ଣ ,ତାରାଚାନ୍ଦ କଣ୍ଟା ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।