June 10, 2026

ରିଜର୍ଭ ବ୍ୟାଙ୍କ ଓ ମଦର ତରଫରୁ ଆର୍ଥିକ ସଚେତନ ତା ସିବିର

IMG-20260610-WA0056
Share

ଅସ୍ତରଙ୍ଗ,, ଆର୍ଥିକ ସଚେତନତା ଦିଗରେ ଦୀର୍ଘ ଦିନ ହେବ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା ସାମଜିକ ଅନୁଷ୍ଠାନ ମଦର ପକ୍ଷରୁ ଡିପୋଜିଟର ଏଜୁକେସନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୀର ଜାହାନିଆଁ କଲ୍ୟାଣ ମଣ୍ଡପ ଠାରେ ଏନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛୁରିଅନା ପଞ୍ଚାୟତ ସରପଞ୍ଚ କ୍ଷୀରୋଦ କାଣ୍ଡି ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମରେ ବକ୍ତା ଭାବରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଅଧିକାରୀ ବ୍ରଜ କିଶୋର ନାୟକ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅବସରପ୍ରାପ୍ତ ଆଞ୍ଚଳିକ ମୂଖ୍ୟ ସୂର୍ଯ୍ୟପ୍ରସାଦ ରଥ ଉପସ୍ଥିତ ରହି, ଆର୍ଥିକ ସଚେତନତା, ବ୍ୟାଙ୍କ ବ୍ୟବସ୍ଥା, ଯମା, ଋଣ, କେୱାଇସି, ସାଇବର ଫ୍ରଡ ଇତ୍ୟାଦି ଉପରେ ଲୋକମାନଙ୍କୁ ବୁଝାଇଥିଲେ । ଉପସ୍ଥିତ ଥିବା ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କହିଥିଲେ କି, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଲୋକମାନଙ୍କ ଆର୍ଥିକ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଆୟୋଜନ କରାଯାଇଛି ଏବଂ ଏହାର ସୁଯୋଗ ନେବାକୁ ସେ ଆହ୍ୱାନ କରିଥିଲେ ।

ନାଉଗାଁ ସିଏଫ୍ଏଲ୍ କେନ୍ଦ୍ରର କୋର୍ଡିନେଟର ପ୍ରିୟରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ଯକ୍ରମରେ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ପରିବେଶବିତ୍ ଶୋଭାକର ବେହେରା, ପୂର୍ବତ୍ତନ ସରପଞ୍ଚ ଛୁରିଅନା ପଞ୍ଚାୟତ ପ୍ରଫୁଲ୍ଲ ବିଶ୍ୱାଳ, ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ପ୍ରମୁଖ

ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରି ସରକାର ଙ୍କ ନିଭିର୍ଣ୍ଣ ଅର୍ଥ କଲ୍ୟାଣ ଯୋଜନା ଉପରେ ନିଜ ନିଜ ର ମତ ରଖିଥିବା ବେଳେ,ସ୍ଥାନୀୟ ପଞ୍ଚାୟତ ଅଧିବାସୀ, ବୁଦ୍ଧିଜୀବୀ, ଗୁଣ୍ତଳବା ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ ଓ ନାଉଗାଁ ସିଏଫଏଲ୍ କେନ୍ଦ୍ରର କାଉନ ସେଲର ମୋନାଲିସା ଦାସ ଏବଂ ତାଙ୍କର ଅନ୍ୟ ସାଥୀମାନେ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ।