ଅବହେଳିତ ଅବସ୍ଥା ରେ ପଡ଼ିରହିଛି ଇଣ୍ଡୋର ଷ୍ଟାଡିୟମ
|ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଥିବା ଇଣ୍ଡୋର ଷ୍ଟାଡିୟମ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଷ୍ଟାଡିୟମରେ ନିୟମିତ ରକ୍ଷଣାବେକ୍ଷଣର ଅଭାବ ସହ ଲାଇଟ୍ କାର୍ଯ୍ୟ କରୁନଥିବା ବେଳେ ଆରମ୍ଭରୁ ଏକ୍ସଜଷ୍ଟ ଫ୍ୟାନ୍ ମଧ୍ୟ ଅଚଳ ହୋଇ ରହିଛି। ଫଳରେ ଷ୍ଟାଡିୟମକୁ ଆସୁଥିବା ଖେଳାଳି ଓ କ୍ରୀଡ଼ାପ୍ରେମୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଏକାଧିକ ଥର କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟି ଦାବି ଜଣାଯାଇଛି। ଷ୍ଟାଡିୟମର ମରାମତି, ଆବଶ୍ୟକୀୟ ଲାଇଟ୍ ବ୍ୟବସ୍ଥା, ଏକ୍ସଜଷ୍ଟ ଫ୍ୟାନ୍ ମରାମତି ଏବଂ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଦାବି ହୋଇଥିଲେ ମଧ୍ୟ ଏଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି।ପ୍ରଶ୍ନ ଉଠୁଛି, ଖେଳର ବିକାଶ ପାଇଁ ନିର୍ମିତ ଏହି ଷ୍ଟାଡିୟମର ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡ଼ିବ? ଖେଳାଳିଙ୍କ ସୁବିଧା ପାଇଁ ସରକାର କେବେ ଆବଶ୍ୟକୀୟ ପଦକ୍ଷେପ ନେବେ?ଏବେ ଗୁଣପୁରବାସୀଙ୍କ ଦାବି, ଇଣ୍ଡୋର ଷ୍ଟାଡିୟମର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯାଇ ଏହାକୁ ଖେଳାଳିଙ୍କ ବ୍ୟବହାର ଉପଯୋଗୀ କରାଯାଉ।
