November 29, 2026

ପିପୁଲ୍ସ ହାଇସ୍କୁଲରେ ୭୯ତମ ଏନସିସି ଦିବସ ପାଳିତ

IMG-20261122-WA0028
Share

ବୁଗୁଡ଼ା : ତା ୨୩/୧୧/୨୬ : ସ୍ଥାନୀୟ ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲ ଏନସିସି ଓ୍ବିଙ୍ଗ୍ ପକ୍ଷରୁ ୭୯ତମ ଏନସିସି ଦିବସ ପାଳିତ ହୋଇଯାଇଛି। ଏନସିସି ଶିକ୍ଷକ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ଶଙ୍କର ଦାସ ଯୋଗ ଦେଇ ଏନସିସି ପତାକା ଉତ୍ତୋଳନ ସାଙ୍ଗକୁ କ୍ଯାଡେଟମାନଙ୍କ ପ୍ଯାରେଡ୍ ଅଭିବାଦନ ଗ୍ରହଣ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ କାଳୀ ଚରଣ ମହାରଣା, ରାକେଶ କୁମାର ପାତ୍ର ଓ ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଯୋଗ ଦେଇ ଏନସିସି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ ।ଏ ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଚିଣ୍ଟୁ ଦଳେଇ-ପ୍ରଥମ, ଶୁଭମ୍ ସାହୁ-ଦ୍ବିତୀୟ ଓ ଅଲେଖ ନିରଞ୍ଜନ ସାହୁ-ତୃତୀୟଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ପରିଶେଷରେ ଏନସିସି କ୍ଯାଡେଟ୍ ଶୁଭମ୍ ଶୁଭମ୍ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡା ପ୍ରଶକ୍ଷକ ଜଗନ୍ନାଥ ମହାନ୍ତି ଓ ଯୋଗ ପ୍ରଶିକ୍ଷକ ଶିବପ୍ରସାଦ ସେଠୀ ସକ୍ରିୟ ସହଯୋଗ କରିଥିଲେ।

You may have missed