November 1, 2026

ଜୟପାଟଣା କ୍ଷତ୍ରିୟ ପାଇକ ସଂଗଠନ ତରଫରୁ ବିଜୟ ଦଶମୀ ପାଳିତ ପାଳିତ ହୋଇଯାଇଛି

IMG-20261022-WA0016
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ରାଜା ରାଜୁଡା ସମୟରୁ ଚାଲିଆସିଥିବା ପରମ୍ପରା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଜୟପାଟଣା ଯୁବ କ୍ଷତ୍ରିୟ ପାଇକ ସଂଗଠନ ତରଫରୁ ବିଜୟ ଦଶମୀ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଜୟପାଟଣା ଜମିଦାରୀ ଅନ୍ତର୍ଗତ ଜୟପାଟଣା, ବନମାଳିପୁର, ପତିଗୁଡା, ଟେମରି,ବନ୍ଧଳନା ପ୍ରଭୃତି ଅଞ୍ଚଳରୁ କ୍ଷତ୍ରିୟ ପାଇକ ମହିଳା ଓ ପୁରୁଷ ମାନେ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଜୟପାଟଣା ସ୍ଥିତ ମଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ। ସେଠାରେ ପ୍ରଥମେ ନିଜ ନିଜ ଅସ୍ତ୍ରଶସ୍ତ୍ର ଗୁଡିକୁ ପବିତ୍ର କରି ଶିବ ମନ୍ଦିରରେ ପୂଜାଅର୍ଚ୍ଚନା କରିବାପରେ ସେଠାରୁ ଶତାଧିକ ପାଇକ ବୀର ଓ ବିରାଙ୍ଗନା ପାରମମ୍ପରିକ ଅସ୍ତ୍ରଶସ୍ତ୍ର ସହ ବିଜୟ ଧ୍ବଜା ଧରି ଜୟପାଟଣା ରାଜବାଟି ଆସି ସେଠାରୁ ରାଜ ପାରିବାରର ସଦସ୍ୟଙ୍କୁ ପାଛୋଟି ନେଇ ବୀର ବାଦ୍ୟ ବଜାଇ କ୍ଷତ୍ରିୟଙ୍କ ରଣ କୌଶଳ ପ୍ରଦର୍ଶନ ପୂର୍ବକ ସହର ସ୍ଥିତ ମା’ ଡୋକରୀ ଦେବୀ, ମା’କନକ ଦୁର୍ଗା, ମା’କାଳୀ ପ୍ରମୁଖ ଦେବୀଙ୍କ ମନ୍ଦିର ଗୁଡିକରେ ପୂଜାଅର୍ଚ୍ଚନା କରିବା ସହ ନଗର ପରୀକ୍ରମା କରିଥିଲେ। ନଗର ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଯୁବ ପାଇକ ବୀରଙ୍କ ଦ୍ୱାରା ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିଲା।