June 22, 2026

ପୁଣି ଥରେ କଳାହାଣ୍ଡି ପୁଅ ଆଣିଲେ ଓଡିଶା ଓ ଦେଶ ପାଇଁ ଗୌରବ।

IMG-20260622-WA0036
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ପଶ୍ଚିମ ଏସିଆର ତୁର୍କୀ ଦେଶର ମରସିନ ସହରରେ ଜୁନ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା, ବିଶ୍ୱ ସ୍ତରରେ ସ୍ୱୀକୃତି ପ୍ରାପ୍ତ ଏକ ବହୁ କ୍ରୀଡା ପ୍ରତିଯୋଗିତା ‘ୱାର୍ଲଡ ଏବିଲିଟି ସ୍ପୋର୍ଟ୍ସ ୟୁଥ ଗେମ -୨O୨୬’ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବିଶ୍ୱର ପ୍ରାୟ ସତୁରିରୁ ଉର୍ଦ୍ଧ୍ୱ ଦେଶର ଏଥେଲେଟ ସାମିଲ ହୋଇଥିବାବେଳେ, ଭାରତ ପାଇଁ କଳାହାଣ୍ଡିର ପ୍ରତିଭାବାନ ଯୁବ ପାରା ବେଡ଼ମିଣ୍ଟନ ଖେଳାଳୀ ଆକାଶ ରଞ୍ଜନ ମୁଣ୍ଡ ପ୍ରତିନିଧିତ୍ବ କରିଥିଲେ। ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ଆକାଶ ମୁଣ୍ଡ ପୁରୁଷ ସିଙ୍ଗଲ୍ସ , ପୁରୁଷ ଡବଲ୍ସ, ଏବଂ ମିଶ୍ରିତ ଡବଲ୍ସରେ ଫାଇନାଲରେ ପହଞ୍ଚି, ୨ ଟି ସ୍ଵର୍ଣ ପଦକ ଓ ୧ ଟି ରୌପ୍ୟ ପଦକ ପାଇ ଇତିହାସ ସୃଷ୍ଟି କରିବା ସହ, ଓଡିଶା ତଥା ଭାରତବର୍ଷକୁ ବିଶ୍ୱ ସ୍ତରରେ ଗର୍ବିତ କରିଛନ୍ତି। ଆଜି ଏହି ଖବର ପ୍ରଚାର ହେବାପରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଖୁସିର ଲହର ଖେଳି ଯାଇଥିବାବେଳେ, ଜିଲ୍ଲାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଛି। ଏଥିସହ ଜିଲ୍ଲାର ତଥା ଦେଶର କୋଣ ଅନୁକୋଣରୁ ଆକାଶଙ୍କ ପାଇଁ ଶୁବେଛାର ଶୁଅ ଛୁଟିବାରେ ଲାଗିଛି। ଆକାଶ ରଞ୍ଜନ ମୁଣ୍ଡ ଓଡିଶା ରାଜ୍ୟ ପାରା ବେଡ଼ମିଣ୍ଟନ ଚମ୍ପିୟାନ ଥିବାବେଳେ, ଲଗାତାର ଭାବରେ ଓଡିଶା ରାଜ୍ୟରେ ୧ ନଂ ରେଙ୍କରେ ଅଛନ୍ତି। ଏହାଛଡା ଏଥିପୂର୍ବରୁ ଗତବର୍ଷ ଆଫ୍ରିକାର ୟୁଗାଣ୍ଡା ଦେଶରେ ଅନୁଷ୍ଠିତ ହୋଇଥିବା ବିଶ୍ବ ସ୍ତରୀୟ ୟୁଗାଣ୍ଡା ପାରା ବେଡ଼ମିଣ୍ଟନ ଇଣ୍ଟରନେସନାଲ -୨O୨୫ ରେ ବ୍ରୋଞ୍ଜ ପଦକ ପାଇ ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ।