ଭଞ୍ଜନଗର ସିଆରସିସି ମାନଙ୍କ ମହାନତା: ଆନ୍ତର୍ଜାତିକ ଯୋଗ ଦିବସରେ କଲେ ରକ୍ତଦାନ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ କାର୍ଯ୍ୟରତ ଦୁଇ ସିଆରସିସି କାଳୀ ଚରଣ ସାହୁ ଏବଂ ଦ୍ଵିତୀକୃଷ୍ଣ ଲେଙ୍କା ଆଜି ଆନ୍ତର୍ଜାତିକ ଯୋଗ ଦିବସରେ ନିଜ ଶରୀରର ବହୁ ମୂଲ୍ୟ ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି। ଆଜି ୨୧ ଜୁନ୍ ୨୦୨୬: ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଳବ୍ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରରେ ଉଭୟ ସିଆରସିସି ରକ୍ତଦାନ କରିଥିଲେ। ବଜ୍ରକୋଟ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଜିଲୁଣ୍ଡି କ୍ଲଷ୍ଟରର ସିଆରସିସି ଶ୍ରୀ କାଳୀ ଚରଣ ସାହୁ ଜଣେ ସରଳ, ନିଷ୍କପଟ, କାର୍ଯ୍ୟ ଦକ୍ଷ ଓ ପରୋପକାରୀ ସ୍ଵଭାବ ର ବ୍ୟକ୍ତି ଅଟନ୍ତି। ସେହିପରି ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ଯିଏକି ବର୍ତ୍ତମାନ ବଡ଼କୋଦଣ୍ଡା କ୍ଲଷ୍ଟର ସିଆରସିସି ରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି। ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ଜନହିତକର ସାମାଜିକ କାର୍ଯ୍ୟ କଳାପ ତଥା ରକ୍ତଦାନ ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶିକ୍ଷକ ଦ୍ଵିତୀକୃଷ୍ଣ ବହୁଥର ସମ୍ମାନିତ ହୋଇଛନ୍ତି। ଆଜିର ରକ୍ତଦାନ ଶିବିର ରେ ଭଞ୍ଜନଗର ଉପ-ଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଞ୍ଜନ କୁମାର ଦେ, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ, ଭଞ୍ଜନଗର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୂରଲୀ କୃଷ୍ଣ ପଣ୍ଡା ଏବଂ ଅନ୍ୟ ଅତିଥିମାନଙ୍କର ଉପସ୍ଥିତିରେ ତଥା କବି ସମ୍ରାଟ ମିଡ଼ିଆ କ୍ଳବ୍ ର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କ ଗହଣରେ ଏହି ଦୁଇ ରକ୍ତଦାତାଙ୍କୁ ମାନପତ୍ର, ଉପଢ଼ୌକନ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ଏହି ଦୁଇ ଶିକ୍ଷକ ତଥା ସିଆରସିସି ବନ୍ଧୁଙ୍କ ଏହି ଭଳି ମହାନ କାର୍ଯ୍ୟ ସମାଜ ପାଇଁ ଏକ ଉଦାହରଣ, ବାର୍ତ୍ତା ଓ ପ୍ରେରଣା ଅଟେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
