November 27, 2026

ରଘୁନାଥପୁର ବ୍ଲକ ଉପାଧକ୍ଷ ଗିରଫ ଏବଂ ଅଧକ୍ଷାଙ୍କ ଏତଲା ପୋଲିସ ଗ୍ରହଣ କରୁନଥିବା ନେଇ ତିର୍ତ୍ତୋଲ ରେ ବିଜେଡିର ସାମ୍ବାଦିକ ସମ୍ମିଳନୀ …

IMG-20261121-WA0100
Share

ତିର୍ତ୍ତୋଲ ୨୧/୧୧- ରଘୁନାଥପୁର ବ୍ଲକ ଉପାଅଧକ୍ଷ ଗିରଫ ଏବଂ ଅଧକ୍ଷାଙ୍କ ଏତଲା ପୋଲିସ ଗ୍ରହଣ କରୁନଥିବା ନେଇ ତିର୍ତ୍ତୋଲ ରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ତିର୍ତୋଲ ପଞ୍ଚାୟତ ସମିତି ଅଧକ୍ଷ ମନୋଜ କୁମାର ବେହେରାଙ୍କ ଅଧକ୍ଷତରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଜ଼ିଲ୍ଲା ବିଜେଡି ଉପସଭାପତି ଅଶ୍ୱିନୀ କୁମାର ଦାସ, ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଅଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟା ସୁଭଦ୍ରା ଦାସ, ଯୁବ ଛାତ୍ର ନେତା ଦେବୀପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l ବିଜେଡିରୁ ନିଲମ୍ବିତ ବିଧାୟକ ଡ଼ଃ. ରମାକାନ୍ତ ଭୋଇ ଏବଂ ବିଡ଼ିଓ ରଘୁନାଥପୁର ଥାନାରେ ପୃଥକ ପୃଥକ ଏତଲା ଦେଇଥିଲେ l ବିଧାୟକ ଡ଼ଃ. ଭୋଇଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ସେଠାରେ ବନ୍ଧୁକ ଧାରୀ ଏବଂ ମାରଣାସ୍ତ୍ର ଧାରୀମାନେ ଅସାମଜିକ ବ୍ୟକ୍ତି ମାନେ ପଶିଆସିଥିଲେ l ବିଧାୟକ ସମାଧାନ ପରିବର୍ତ୍ତେ ପୂର୍ବ ରାଗ ରଖି ଯୋଜନାବଧ ଭାବେ ସମସ୍ୟା କୁ ବଢ଼ାଇଥିବା ସମ୍ମିଳନୀରେ କହିଥିଲେ l ବିଧାୟକ ଭତ୍ତା ବାଣ୍ଟିବା ପାଇଁ ଆସି ବିଡ଼ିଓ ଙ୍କ ସହିତ ସଭ୍ୟ ମାନଙ୍କର ଆଲୋଚନା ସ୍ଥଳକୁ କଣ ପାଇଁ ଯାଇଥିଲେ ବୋଲି ପ୍ରଶ୍ନ କରାଯାଇଛି l ପୋଲିସ ବିଧାୟକ ଏବଂ ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ବିନା ଯାଞ୍ଚ ରେ ତରବରିଆ ଭାବେ ବ୍ଲକ ଉପାଧ୍ୟକ୍ଷ ଙ୍କ ସମେତ ୫ ଜଣ ଙ୍କୁ ଗିରଫ କରିଥିବାବେଳେ ଅନୁସୂଚିତ ଜାତିର ମହିଳା ବ୍ଲକ ଅଧକ୍ଷା ଏବଂ ଜ଼ିଲ୍ଲା ପରିଷଦ ମାନଙ୍କର ଅଭିଯୋଗକୁ ତଦନ୍ତ କରି ରୁଜୁ କରାଯିବ ବୋଲି କହିବାଟା ବିଭିନ୍ନ ମହଲରେ ପୋଲିସ ଉପରକୁ ଅଙ୍ଗୁଳି ଉଠିଛି l ପୋଲିସ ନିରପେକ୍ଷ ରହିବା ଆବଶ୍ୟକ l ସୂଚନାଥାଉକି ରଘୁନାଥପୁର ବିଡ଼ିଓ ଏବଂ ଏକାଧିକ ପୋଲିସଙ୍କ ଉପସ୍ଥିତରେ ସମସ୍ତ ଘଟଣା ଘଟିଥିଲା l ସେଠି ଉପସ୍ଥିତ ଥିବା ପୋଲିସ କେତେଟା ବନ୍ଧୁକ ଏବଂ କେତେ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ ସର୍ବସମ୍ମୁଖରେ ଖୁଲାସା କରିବା ଆବଶ୍ୟକ ରହିଛି l ବିଜେଡିରୁ ନିଲମ୍ବିତ ବିଧାୟକ ଯେଉଁ ଅଭିଯୋଗ କରିଛନ୍ତି ଜେ ବନ୍ଧୁକ ଏବଂ ଧାରୁଆ ମାରଣାଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ବୋଲି ସେଠାରେ ଚାଲିଥିବା ଭିଡ଼ିଓ ଏବଂ ସିସି ଟିଭି ଫୁଟେଜକୁ ଯାଞ୍ଚ କଲେ ସମସ୍ତ ସତ ଜଣାପଡି଼ବବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ l ଏ ସରକାର ଲୋକଙ୍କ ସରକାର ଏବଂ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହୁଥିବାବେଳେ ୧୪ ତାରିଖରୁ ଅନୁସୂଚିତ ଜାତି ମହିଳା ବ୍ଲକ ଅଧକ୍ଷା ଏବଂ ଜ଼ିଲ୍ଲା ପରିଷଦ ସଭ୍ୟା ଦେଇଥିବା ଅଭିଯୋଗକୁ କେମିତି ପୋଲିସ ମାମଲା ରୁଜୁ କରୁନି ବୋଲି ପ୍ରଶ୍ନ କରିଥିଲେ l ପୋଲିସ ରଘୁନାଥପୁର ବିଡ଼ିଓ ଏବଂ ଉପସ୍ଥିତ ପୋଲିସ ଙ୍କ ବୟାନ ରେକର୍ଡ କରି ନିରପେକ୍ଷ ତଦନ୍ତ କଲେ ସମସ୍ତ ସତ ଜଣାପଡିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତା ନେତ୍ରୀମାନେ ମାନେ କହିଥିଲେ l ରାଜ୍ୟସଭା କ୍ରସିଂ ଭୋଟ କରି ବିଜେପି କୁ ସମର୍ଥନ କରିଥିବାରୁ ତିର୍ତ୍ତୋଲରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା l ଆଗକୁ ତାଙ୍କୁ ଘୋର ବିରୋଧ କରାଯିବ ବୋଲି କହିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର