November 27, 2026

ହାଟଡିହି ବ୍ଲକରେ ତିନିଦିନିଆ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ….

IMG-20261121-WA0094
Share

ହାଟଡିହି ତା ୨୧/୧୧(ମନମୋହନ ନାୟକ) : ହାଟଡିହି ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ତିନିଦିନିଆ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ (EDP) କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଛି। ଏହି ତିନିଦିନିଆ ପ୍ରଶିକ୍ଷଣରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, ଡ଼ ବିସ୍ଵଭୁସନ କର (OLM), ଶରତ କୁମାର ବେଜ୍ (PEO) ସମେତ ସ୍ଥାନୀୟ ବ୍ୟାଙ୍କ ପରିଚାଳକ ନିରୁପମା ମହାପାତ୍ର (OGB), ବ୍ଲକ ସମ୍ପଦ ଅଧିକାରୀ ଡ଼ ସତ୍ୟନାରାୟଣ ଯେନା (ABVO) ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପ୍ରଶିକ୍ଷଣ ସମୟରେ ବିଭିନ୍ନ ସରକାରୀ ଯୋଜନା, ଉଦ୍ୟୋଗ ପ୍ରତିଷ୍ଠା, ବ୍ୟାଙ୍କ ଋଣ ସୁବିଧା, ଆର୍ଥିକ ସହାୟତା ଏବଂ ସ୍ୱାବଲମ୍ବୀ ହେବାର ବିଭିନ୍ନ ଉପାୟ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ଆବଶ୍ୟକୀୟ ତଥ୍ୟ ଓ ପରାମର୍ଶ ପ୍ରଦାନ କରାଯାଇଥିଲା।ଉଦଯାପନୀ ଦିବସରେ ହାଟଡିହି ବିଡିଓ ଶ୍ରୀ ରଞ୍ଜନ କୁମାର ପରିଡ଼ା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ସମୟରେ ହାସଲ କରିଥିବା ଜ୍ଞାନ ଓ ଦକ୍ଷତା ସମ୍ପର୍କରେ ପ୍ରଶ୍ନୋତ୍ତର ମାଧ୍ୟମରେ ମୂଲ୍ୟାୟନ କରିଥିଲେ। ପରେ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ତାଲିମ ସମାପ୍ତି ପ୍ରମାଣପତ୍ର ବଣ୍ଟନ କରିଥିଲେ। EDII ଦ୍ୱାରା DMF-Udyami ପ୍ରକଳ୍ପ ଅଧୀନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଞ୍ଚଳର ଆଗ୍ରହୀ ଯୁବକଯୁବତୀ ଓ ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ସ୍ଥାପନ ପାଇଁ ଆବଶ୍ୟକ ଜ୍ଞାନ, ଦକ୍ଷତା ଓ ସରକାରୀ ଯୋଜନା ସହ ଯୋଡ଼ିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା