November 28, 2026

ପାରାଦ୍ଵୀପ ରୁ ଓ୍ବେଷ୍ଟବେଙ୍ଗଲ ଦେଇ ବାଙ୍ଗଲାଦେଶ ଲମ୍ବିଛି ଚୋରା ..

IMG-20261121-WA0020
Share

– ପାରାଦ୍ଵୀପ ରୁ ଓ୍ବେଷ୍ଟବେଙ୍ଗଲ ଦେଇ ବାଙ୍ଗଲାଦେଶ ଲମ୍ବିଛି ଚୋରା ମୋବାଇଲ, ଫ୍ୟାନ, ସାଇକେଲ, ମୋଟରସାଇକେଲ ର ଚେର । ଫେରିବାଲା ସାଜି ଚୋରି ନେଟୱର୍କ ଚଲାଉଥିଲେ ଓ୍ବେଷ୍ଟବେଙ୍ଗଲ ମେଦିନୀପୁର ଅଞ୍ଚଳର ଦୁଇ ବ୍ୟବସାୟୀ। ଚୋରା ସାମଗ୍ରୀ କୁ ଖୋଲି ତାହାର ବିଭିନ୍ନ ଅଂଶ କୁ ଅଲଗା ଅଲଗା କରି ଚାଲାଣ କରୁଥିଲେ ଏହି ବ୍ୟବସାୟୀ। ଏମାନଙ୍କୁ ସହଯୋଗ କରୁଥିଲେ ଲକ୍ ଥାନା ଅଞ୍ଚଳର କିଛି ଯୁବକ। ପାରାଦ୍ଵୀପ ଗଡ଼ ସିଦ୍ଧେଶ୍ୱର ମନ୍ଦିରର ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଚୋରି ଘଟଣା ର ତଦନ୍ତ ସମୟରେ ଲକ୍ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ଏହି ରାକେଟ ର ତିନିଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ଚୋରି ସାମଗ୍ରୀ ଜବତ କରାଯାଇଛି। ସେଥିରେ ରହିଛି ୧୩୧ ଟି ମୋବାଇଲ ଫୋନ୍, ୨ ଟି ଟାବଲେଟ, ୯୭୦ ମୋବାଇଲ ବ୍ୟାଟେରୀ, ୧୨ ଟି କମ୍ପ୍ୟୁଟର ମଦର ବୋର୍ଡ , ବିପୁଳ ପରିମାଣର ମୋବାଇଲ ଡିସପ୍ଲେ, ଟେବୁଲ୍ ଫ୍ୟାନ, ସିଲିଂ ଫ୍ୟାନ, ୩ ଟି ମୋଟର ସାଇକେଲ, ୩ ଟା ସାଇକେଲ ସମେତ ୧,୩୪,୬୦୦ ଟଙ୍କା ଜବତ କରାଯାଇଛି। ତେବେ ମୋବାଇଲ ଓ ବିଭିନ୍ନ ଚୋରି ସାମଗ୍ରୀ କୁ ଖୋଲି ପାର୍ଟ ପାର୍ଟ କରିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ନିମିଢିହି ଗ୍ରାମର ଧନେଶ୍ଵର ସେଠୀ , ଓ୍ବେଷ୍ଟବେଙ୍ଗଲ ମେଦିନୀପୁର ଅଞ୍ଚଳର ନସଦୁଲ ଖାନ୍, ଏସ କେ ଅସଦୁଲ୍ଲା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଲକ୍ ଥାନା ପରିସରରେ ପାରାଦ୍ଵୀପ ଅତିରିକ୍ତ ଏସପି ଦାୟୀତ୍ବରେ ଥିବା ଡିଏସପି ଆର କେ ପାତ୍ର, ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।(ଡି ଏସ (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋଟ ଉପାନ୍ତ ଖବର )