November 28, 2026

ନାଉସିରା ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ..

IMG-20261121-WA0018
Share

—-ତିର୍ତ୍ତୋଲ ::-୨୦/୧୧- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ – ପାରାଦ୍ୱୀପ ରାସ୍ତା ନାଉସିରା ଗ୍ରାମରେ ଆଖଣ୍ଡଳମଣି ମିଳିତ ଯୁବକସଙ୍ଘ ଆନୁକୂଲ୍ୟରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜଳ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପୂଜକ କାନ୍ହୁ ନନାଙ୍କ ଦ୍ୱାରା ପୂଜାର୍ଚନା କରାଯାଇଥିବାବେଳେ କର୍ତ୍ତା ଭାବେ ଅରବିନ୍ଦ ହୋତା ଦାୟିତ୍ୱ ତୁଲାଇଥିଲେ l ପ୍ରତକେ ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି l ସଭାପତି ଅରବିନ୍ଦ ହୋତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପୂଜାର୍ଚନାରେ ବରିଷ୍ଠ ସଦସ୍ୟ ଅଜିତ କୁମାର ସ୍ୱାଇଁ, ଆଶିଷ କୁମାର ନାୟକ, ଟୀକନ ସ୍ୱାଇଁ, ଦିପ୍ତୀ ରଞ୍ଜନ ମିଶ୍ର, ଲିଙ୍ଗରାଜ ନାୟକ, ଦୋଳଗବିନ୍ଦ ମିଶ୍ର, ଅଭିଷେକ ନାୟକ, ରଜତ ନାୟକ, ମନୋଜ ନାୟକ, ଅନାଦି ଚରଣ ସ୍ୱାଇଁ, ବୁଦ୍ଧିଆ ମଣ୍ଡଳ, ମଣି ଚରଣ ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ, ଜଗନ୍ନାଥ ମିଶ୍ର, ଝାଟୁଆ ମିଶ୍ର, ବୁବୁନା ମିଶ୍ରଙ୍କ ସମେତ ସମସ୍ତ ସଦସ୍ୟ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର