October 31, 2026

ତିର୍ତୋଲରେ ବିଜୟାଦଶମୀ ଉତ୍ସବ ପାଳିତ                   

IMG-20261021-WA0057
Share

 

ତିର୍ତ୍ତୋଲ ::-୨୧/୧୦/୨୦୨୬, ତିର୍ତ୍ତୋଲ ପ୍ରଖଣ୍ଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ୨୮ ତାରିଖ ବୁଧବାର ଦିନ ପାଳିତ ହୋଇ ଯାଇଛି।ଯୋଗଗୁରୁ ସ୍ମୃତିରଂଜନ ରାୟଙ୍କ ଦ୍ୱାରା ସଂଘର ଗୈରିକ ପତାକା ଉତ୍ତୋଳନ କରାଯିବା ପରେ ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ସୁରକ୍ଷା ଓ ରାଷ୍ଟ୍ରର ସ୍ୱାଭିମାନ ଉପରେ ସଂଘର ପଦାଧିକାରୀ ମାନଙ୍କ ବକ୍ତବ୍ୟ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ସଂଘର ପୁରାତନ ପ୍ରଚାରକ ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁ ନନା ) ସଂଘର ପ୍ରତିଷ୍ଠା ଦିବସର ବାର୍ତ୍ତା ପ୍ରତିଷ୍ଠାତା ଡଃ କେଶବ ବଳିରାମ ହେଉଗେୱାରଙ୍କର ୧୯୨୫ ବିଜୟା ଦଶମୀର ଶୁଭପୂଣ୍ୟ ତିଥିରେ ତାଙ୍କର ବିଚାର ଓ ପରାମର୍ଶ ନାଗପୁର ସହରର ରେଶମ ବାଗସ୍ଥିତ ମୋହିତ ବାଡ଼ ଶାଖାରେ ଉପସ୍ଥିତ ଅଳ୍ପ କେତେ ଜଣ ମୁଷ୍ଟିମେୟ ସ୍ୱୟଂ ସେବକଙ୍କର ତ୍ୟାଗ ଯୋଗୁ ଆଜି ସମଗ୍ର ଭାରତ ବର୍ଷରେ ହିନ୍ଦୁ ସଂଗଠନର କାୟା ଧିରେ ଧିରେ ବଢିଚାଲିଛି । ଏହି ଉତ୍ସବରେ କୃଷକ ମୋର୍ଚ୍ଚାର ଜିଲ୍ଲା ସହ ପ୍ରଭାରୀ ବିବେକାନନ୍ଦ ହୋତା, ଜିଲ୍ଲା ବୌଦ୍ଧିକ ପ୍ରମୂଖ ନାରାୟଣ ନନ୍ଦ,ବରିଷ୍ଠ ସ୍ଵୟଂ ସେବକ ଶ୍କୃତି ରଂଜନ ଦାସ, ଶିରସ୍ତା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଅଭିରାମ ସେଣ୍ଡ, ସଂଘର ଜିଲ୍ଲା ସେବା ପ୍ରମୁଖ ପ୍ରଶାନ୍ତ ପଣ୍ଡା, ଖଣ୍ଡ ଶାରିରୀକ ପ୍ରମୂଖ ଚିନ୍ମୟ ଦାସ, ବିଶ୍ୱହିନ୍ଦୁ ପରିଷଦର ଦିଲ୍ଲିର କାର୍ଯ୍ୟକର୍ତ୍ତା ଅଶୋକ କୁମାର ଦାଶ ସମେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ବୃନ୍ଦ ପ୍ରଭୃତି ଯୋଗ ଦେଇ ସଂଘର ଆଦର୍ଶ ଓ ବିଚାରକୁ ନେଇ ଆଗକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଗୈରିକ ପତାକା ନିକଟରେ ପ୍ରାର୍ଥନା କରାଯାଇ ସଭା ସାଙ୍ଗ କରା ଯାଇଥିଲା।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର