ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା କଷ୍ଟ ଭୋଗୁଛନ୍ତି ସାଧାରଣ ଜନତା
ବାଲେଶ୍ବର ( ଦେବାଶିଷ ଦାଶ )
ଯେଣେତେଣ କାମ କରି ମୋଟା ଅଙ୍କର ଟଙ୍କା ଖାଇଥାନ୍ତା ସଂପୃକ୍ତ ବିଭାଗ। ମାଲେମାଲ ହୋଇଥାନ୍ତା ଯନ୍ତ୍ରୀ ଓ ଠିକାଦାର। ତାହା ହୋଇପାରିଲାନି। ଧରାପଡିଗଲେ। ସଂପୃକ୍ତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ କଷ୍ଟ ଭୋଗୁଛନ୍ତି ସାଧାରଣ ଜନତା। ନିଜ ଜୀବନକୁ ବାଜି ଲଗାଇ ଟ୍ରେନଲାଇନ ଉପର ଦେଇ ଲୋକେ ଯାତାୟତ କରୁଛନ୍ତି। ୭ ଦିନରେ ବ୍ରିଜ କାମ ଶେଷ ହେବ କହିଥିଲେ। ହେଲେ କିଛି ହେଲାନି। କେବେ ଶେଷ ହେବ ବାଲେଶ୍ଵର ତାମୁଳିଆ ବ୍ରିଜକାମ? ତାହାର ଉତ୍ତର କାହା ପାଖରେ ନାହିଁ ?
