June 10, 2026

ରେଢାଖୋଲ ମାଟିକୁ ମୁଣ୍ଡିଆ ମାରିଲେ ପ୍ରଶନ୍ନ: କହିଲେ ଏହି ମାଟିରୁ ସାରା ରାଜ୍ୟର କାମ କରିବାକୁ ମିଳିଛି ସୁଯୋଗ

gpp
Share

ସମ୍ବଲପୁର (ରେଢାଖୋଲ ): ଆସନ୍ନ ଦୂର୍ଘଟଣାରୁ ରକ୍ଷା ପାଇ ଆଜି ରେଢାଖୋଲ ମାଟିରେ ପାଦ ଦେଉ ମାଟିକୁ ମୁଣ୍ଡିଆ ମାରିଛନ୍ତି ପଶ୍ଚିମ ଓଡିଶାର ବରେଣ୍ୟ ଜନନେତା ପ୍ରଶନ୍ନ ଆଚାର୍ଯ୍ୟ।ସଂପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ସିଧାସଳଖ ଭୁବନେଶ୍ବରରୁ ଫେରି ରେଢାଖୋଲ ମାଟିରେ ଓଲ୍ଳେଇ ସନ୍ଥକବି ଭୀମ ଭୋଇଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ରେଢାଖୋଲ ମାଟିକୁ ମୁଣ୍ଡିଆ ମାରିଛନ୍ତି। ଏହାପରେ ରେଢାଖୋଲର ବିଭିନ୍ନ ଦେବାଦେବୀଙ୍କ ସହ କୁବେଲ ମନ୍ଦିର ଦର୍ଶନ କରି ଆଶିର୍ବାଦ ଲାଭ କରିଛନ୍ତି।ରେଢାଖୋଲ ରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବାରୁ ପ୍ରଶନ୍ନଙ୍କ ଆସିବା ଖବର ପାଇ ନିର୍ବାଚନ ମଣ୍ଡଳୀର ମାନେଶ୍ୱର, ଯୁଯୋମୁରା,ନାକଟୀଦେଉଳ ଓ ରେଢାଖୋଲ ପଞ୍ଚାୟତ ସମିତି ଅଞ୍ଚଳର ଏମୁଣ୍ଡରୁ ସେ ମୁଣ୍ଡ ଯାଏ ସବୁ ପୁର ପଲ୍ଳୀରୁ ହଜାର ହଜାର ଜନତା ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ଏପରିକି ରେଢାଖୋଲ ଠାରୁ ଆରମ୍ଭ କରି ଚାରମାଲ,ଯୁଯୋମୁରା ,ହାତୀବାରି ସବୁଠି ନେତା ଓ ଜନତା ମିଳିତ ଭାବେ ସ୍ୱାଗତ ଜଣାଇ ପ୍ରଶନ୍ନଙ୍କ ବିଜୟ ପାଇଁ ବିଜୟ ଧ୍ୱନୀରେ ପ୍ରକମ୍ପିତ ହୋଇଛି ରେଢାଖୋଲ ମାଟି।ଲୋକଙ୍କ ଏହି ଅଭୁତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଶନ୍ନ କହିଛନ୍ତି ରେଢାଖୋଲ ପରି ପବିତ୍ର ମାଟିର ସେବା କରିବା ସହିତ ଏହି ମାଟି ସମଗ୍ର ରାଜ୍ୟର ସେବା କରିବାର ସୁଯୋଗ ଦେବ । ଆପଣ ମାନଙ୍କ ଏହି ଉତ୍ସାହ,ଉଲ୍ଲାସ ଓ ଆନନ୍ଦ ରେଢାଖୋଲ ମାଟିକୁ ନୂଆ ପରିଚୟ ଦେବ।ସମସ୍ତେ ଏକ ହୋଇ ରେଢାଖୋଲ ନିଜର ଏକତା ବଳରେ ଆମେ ବିଜୟୀ ହେବା ଏବଂ ଏହି ବିଜୟ ରେଢାଖୋଲ ନିର୍ବାଚନ ମଣ୍ଡଳୀ ପାଇଁ ଭିନ୍ନ ପରିଚୟ ହେବ ବୋଲି ପ୍ରଶନ୍ନ ନେତା,କର୍ମୀ ଓ ଜନତାଙ୍କ ମଧ୍ୟରେ ନୂତନ ବଳ ପ୍ରଦାନ କରିଛନ୍ତି।
(ରେଢାଖୋଲରୁ ରାଜାରାମ ଷଡଙ୍ଗୀଙ୍କ ରିପୋର୍ଟ)