‘ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ବିରତ ହୁଅ ନାହିଁ’
“ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର -୨୦୨୬”
ସମ୍ବଲପୁର -ତା: ୨୦/୦୯:
‘ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା
‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ତ୍ରୟୋବିଂଶତୀତମ ରବିବାସରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୪୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି ପ୍ରାରମ୍ଭରେ ପ୍ରାର୍ଥନା ପରେ ‘ସ୍ୱାସ୍ଥ୍ୟ ସଚେତନତା ଶିକ୍ଷା’ ଅନ୍ତର୍ଗତ ଯୋଗ ଓ ପ୍ରାଣାୟାମ କରାଇଥିଲେ ବିଶିଷ୍ଟ ଯୋଗଗୁରୁ ଡାକ୍ତର ଜୟଦେବ ମେହେର l
‘ସ୍ୱାମୀ ବିବେକାନନ୍ଦ’ଙ୍କ ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପୁରୁଣା ବଲାରଙ୍ଗl ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପାଳି ଚୌଧୁରୀ,
ସ୍ୱାମୀ ଜୀ ଙ୍କ ବାର୍ତ୍ତା ‘ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ବିରତ ହୁଅ ନାହିଁ’ ଦ୍ୱାରା ଅନୁପ୍ରାଣିତ ହେବା ପାଇଁ ଉତ୍ସାହିତ କରିଥିଲେ l
ଶେଷ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷl’ ଅଧୀନରେ ‘ବ୍ୟକ୍ତିତ୍ୱର ବିକାଶ’ ସମ୍ପର୍କରେ ଆଲୋଚନା କରି ପ୍ରାକ୍ତନ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ପୃଥ୍ଵୀରାଜ ମିଶ୍ର ଉତ୍ତମ ବ୍ୟକ୍ତିତ୍ୱ ପାଇଁ ସକାରାତ୍ମକ ଚିନ୍ତାଧାରା, ଉତ୍ତମ ବ୍ୟବହାର ଓ ସତ୍ ଚରିତ୍ର ର ଅଧିକାରୀ ହେବା ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ l
ଆଜିର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର,
ବର୍ଷିଆନ ସାମ୍ବାଦିକ ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା ତଥା ଡ.ଅଶୋକ ହୋତା ଉପସ୍ଥିତ ରହି ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ-ସଂଯୋଜକ
ଶ୍ରୀ ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ. ଗିରିଧାରୀ ହୋତା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ l ଅଫିସ ସହକାରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
