November 2, 2026

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ

IMG-20230720-WA0016
Share

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ

ଭୁବନେଶ୍ବର/ବ୍ରହ୍ମପୁର,20/7: ନିକଟରେ କାଯର୍‌ୟରତ ସାମ୍ବାଦିକମାନଙ୍କ ପାଇଁ କାଯର୍‌ୟକାରୀ ହୋଇଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଂଗଠନ ପକ୍ଷରୁ ବୀମା ରାଶିକୁ ଦୁଇ ରୁ 5 ଲକ୍ଷକୁ ବୃଦ୍ଧି କରିବା ପାଇଁ ବହୁବାର ଦାବି କରାଯାଇଥିଲା ଏ କ୍ଷେତ୍ରରେ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ଶ୍ରୀ ରଥ କହିଛନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଧାରାବାହିକ ଭାବେ ପ୍ରକାଶ ପାଇ ଆସୁଥିବା ଏବଂ ଆରଏନଆଇ ଦ୍ବାରା ପଞ୍ଜିକୃତ ହୋଇଥିବା ସମ୍ବାଦପତ୍ରଗୁଡ଼ିକର ସମ୍ବାଦପତ୍ରଗୁଡ଼ିକର ସମ୍ପାଦକ ଓ ପ୍ରକାଶକମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି ତେଣୁ ଏ ଦିଗରେ ରାଜ୍ୟ ସରକାର ବିଚାର କରିବେ ବୋଲି ଶ୍ରୀ ରଥ ମୁଖ୍ୟମନ୍ତ୍ରୀ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ, ରାଜ୍ୟ ପ୍ରେସ୍‌ ପରାମର୍ଶଦାତା କମିଟିର ମୁଖ୍ୟ ତଥା ସାଂସଦ ମାନସ ମଙ୍ଗରାଜଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି

(ରବି ରଥ)
ସଭାପତି, ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ, ଓଡ଼ିଶା

You may have missed

ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା। ବୋଲଗଡ଼,୨/୧୧ (ଉପାନ୍ତ ଖବର): ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ଦୁଇ ଜଣ ବିଦ୍ୟାର୍ଥୀ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେମାନଙ୍କ ଅଭିଭାବକ ଙ୍କଠାରୁ ସଂପୁର ଗ୍ରାମରେ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ରବିବାର ଦିନ ରାତ୍ର 9 ଘଟିକାରେ ଶୁଣିବାକୁ ପାଇଥିଲେ lହଠାତ ଶ୍ରୀ ସ୍ୱାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଲିକା ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ଜଣେ ଅଭିଭାବକ ତାଙ୍କୁ ତାଙ୍କ ପିଲାକୁ କାମଳ ରୋଗ ହୋଇଛି ବୋଲି ରବିବାର ଦିନ ଜଣାଇଥିବାର ପ୍ରକାଶ କରିଥିଲେ, ତେଣୁ ସେ ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଷ୍ଟାଫ ବିଦ୍ୟାଳୟକୁ ଆସି ରକ୍ତ ପରୀକ୍ଷା କରିବାକୁ କହିଛନ୍ତି ବୋଲି ଜଣାଇଥିଲେ l ଶ୍ରୀ ସ୍ୱାଇଁ ମଧ୍ୟ ବାଂକୋଇ ଡାକ୍ତରଙ୍କୁ ପଚାରିବାରେ ଷ୍ଟାଫ ସହ ସୋମବାର ଦିନ ଆସିବେ ବୋଲି ଜାଣିବାକୁ ପାଇଥିଲେ ଏବଂ ଡାକ୍ତରୀ ଷ୍ଟାଫ ପହଂଚିବା ପୂର୍ବରୁ ସେ ବିଦ୍ୟାଳୟକୁ ଯିବେ ବୋଲି କହି ସୋମବାର ପୂର୍ବାହ୍ନ 10 ଘଟିକାରେ ପହଂଚି ସମସ୍ତ କୋଠରୀ, ହତା, ରନ୍ଧନଶାଳା, ଶୌଚାଳୟ ପରିଷ୍କାର ହୋଇଥିବାର ଦେଖିଲେ l ସେତେବେଳକୁ କୂଅ ଜଳରେ ପାନୀୟ ଜଳ ବିଭାଗ କର୍ମଚାରୀ ବ୍ଲିଚିଙ୍ଗ କରିଥିଲେ l ସୋମବାର ଦିନ ପ୍ରମେୟ ସମ୍ବାଦ ପତ୍ରରେ ଉକ୍ତ ବିଦ୍ୟାଳୟର କାମଳ ରୋଗରେ ଆକ୍ରାନ୍ତ ବିଦ୍ୟାର୍ଥୀମାନଙ୍କ ନାମ ସହ ଉପସ୍ଥାନ ଖାତା ମେଳାଇ ଦେଖିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ ପୂଜା ଛୁଟି ପରେ ସେମାନଙ୍କ ମଧ୍ୟରୁ 3 ଜଣ ବିଦ୍ୟାଳୟକୁ ଆସିନଥିଲେ ଏବଂ ଦଶମ ସ୍ମୃତିରଞ୍ଜନ ମହାନ୍ତି କାମଳରେ ଆକ୍ରାନ୍ତ ହୋଇନାହିଁ l ପୂଜା ଛୁଟିପରେ ସେଥିରୁ ଜଣେ କେବଳ ଏକ ଦିନ ଓ ଦୁଇଜଣ ଦୁଇ ଦିନ ଆସିଥିଲେ ମଧ୍ୟ ଶରୀର ଅସୁସ୍ଥ ସମ୍ପର୍କରେ ବିଦ୍ୟାଳୟରେ କିଛି ଜଣାଇ ନ ଥିଲେ l ବାଂକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡ଼. ମଧୁସ୍ମିତା ଷଡ଼ଙ୍ଗୀ, ଡ. ରବୀନ୍ଦ୍ର କୁମାର ବେହେରା, ଡ଼.ମିତ ମୃନାଲିନି, ସ୍ୱାସ୍ଥ୍ୟ କର୍ମୀ ମୀହିର ବଳିୟାରସିଂହ, ଫର୍ମାଶିଷ୍ଟ ସସ୍ମିତା ପରିଡ଼ା, ଷ୍ଟାଫ ନର୍ସ ଧର୍ମେନ୍ଦ୍ର ସାହୁ ଓ ଆଶାକର୍ମୀ ପ୍ରତିମା ସାହୁଙ୍କ ସମେତ ସମୁଦାୟ 13 ଜଣ ଆସି ବିଦ୍ୟାଳୟକୁ ଆସିଥିବା ମୋଟ 152 ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରି କାମଳ ରୋଗର ଲକ୍ଷଣ ଥିବା 39 ପିଲାଙ୍କର ରକ୍ତ ନମୁନା ସଂଗ୍ରହ କରି ନେଇଛନ୍ତି l ରିପୋର୍ଟ 24 ଘଣ୍ଟା ପରେ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିକିତ୍ସକମାନେ ମତ ବ୍ୟକ୍ତ କରିଥିଲେ l ଵିଦ୍ୟାଳୟ ଛୁଟି ପରେ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶରେ ସମସ୍ତ ଶିକ୍ଷୟିତ୍ରୀ ପିଲାମାନଙ୍କର ଦ୍ୱାରସ୍ଥ ହୋଇ ଜାଣିବାକୁ ପାଇଥିଲେ ଯେ ରବିବାର ଦିନ 7 ଜଣ ଓ ସୋମବାର ଦିନ 7 ଜଣଙ୍କର କାମଳ ହେବାର ରିପୋର୍ଟ ବାହାରିଛି l ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଛନ୍ତି l ରୋଗରେ ଆକ୍ରାନ୍ତ ପିଲାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପ୍ରତିଦିନ ପଚାରି ବୁଝିବା ସହ ନେଗେଟିଭ ରିପୋର୍ଟ ନ ଆସିବା ଯାଏଁ ବିଦ୍ୟାଳୟକୁ ନ ଛାଡିବାକୁ ଅଭିଭାବକମାନଙ୍କୁ ଜଣାଇବାକୁ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି l ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଉପସଭାପତି ନିରଞ୍ଜନ ନାୟକ ଓ ପରିଚାଳନା କମିଟିର ଉପାଧ୍ୟକ୍ଷା ସୁଜାତା ଦାଶ ରକ୍ତ ନମୁନା ସଂଗ୍ରହ ବେଳେ ଉପସ୍ଥିତ ଥିଲେ ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।