September 20, 2026

କେ.ତ୍ରିଲୋଚନ ଦୋରା ବୁଗୁଡା ଏନ୍ଏସି ଏବଂ ଖଦାଳ ଖଟେଇ ବ୍ଲକ ବିଜେଡି ସଭାପତି ଭାବେ ନିଯୁକ୍ତ

IMG-20260220-WA0058
Share

ବୁଗୁଡା : ତା ୨୦/୦୨/୨୬ : ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି

ବୁଗୁଡ଼ା ଏନଏସି ଏବଂ ବ୍ଲକ ସଭାପତି ଭାବେ ଯଥାକ୍ରମେ କେ. ତ୍ରିଲୋଚନ ଦୋରା ଏବଂ ଖଦାଳ ଖଟେଇଙ୍କୁ ନିଯୁକ୍ତ କରାଯାଇଛି। ସମ୍ପ୍ରତି ବିଜୁ ଜନତା ଦଳର ଘଡିସନ୍ଧି ମୁହୂର୍ତ୍ତରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ଏବଂ ପୂର୍ବରୁ ନଗର ସଭାପତି ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇଥିବା ଯୁବ ନେତା ତ୍ରିଲୋଚନ ଦୋରାଙ୍କ ଅଭିଜ୍ଞତାକୁ ପାଥେୟ କରି ଦଳ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛି। ସଭାପତି ଭାବେ ନିଯୁକ୍ତି ପାଇବା ପରେ ଉଭୟଙ୍କୁ ଦଳୀୟ କର୍ମୀଗଣଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ସେଦୁହେଁ ଦଳୀୟ ସଂଗଠନକୁ ସୁଦୃଢ କରିବା ଦିଗରେ ଯଥାସାଧ୍ୟ ଉଦ୍ୟମ କରିବା ନେଇ ମତବ୍ୟକ୍ତ କରିଛନ୍ତି।