November 17, 2026

ପାରଳା ବିଧାୟକଙ୍କ ଦ୍ୱାରା ଅତିରିକ୍ତ ଶ୍ରେଣୀ ଗୃହ ଓ କମ୍ୟୁନିଟି ହାଲ ଉଦ୍ଘାଟନ….

IMG-20241219-WA0065
Share

 

କାଶୀନଗର

ତା 19/12/24

 

ଆଜି ପାରଳାଖେମୁଣ୍ଡି ବିଧାୟକ କାଶୀନଗର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାମ ସବୁ ତଦାରଖ କରିବା ପରେ କାଶୀନଗର ବ୍ଲକ ଅନ୍ତର୍ଗତ ଗରିବନ୍ଧା ପଞ୍ଚାୟତର ମିଲୁ ଖୁରୀଗାଁ ଗ୍ରାମ ଠାରେ କମ୍ୟୁନିଟି ହାଲ ଉଦ୍ଘାଟନ କରି ଗ୍ରାମ ବାସୀଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ. ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ସମିତି ସଭ୍ୟ, ସରପଞ୍ଚ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ. ସେହିପରି ଖଣ୍ଡାବା ପଞ୍ଚାୟତର ସାରା ଓ ଖଣ୍ଡାବା ଗ୍ରାମଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ପାଇଁ ବହୁ ଦିନ ହେଲା ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦାବୀ ହେଉଥିଲା. ଆଜି ଏହି ଦୁଇ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଛାତ୍ର ଛାତ୍ରୀ ମାନଙ୍କ ପଢିବା ପାଇଁ ଦୁଇଟି ବିଦ୍ୟାଳୟ ଗସ୍ତ କରି ଉଦ୍ଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା, ସମିତି ସଭ୍ୟ, ସରପଞ୍ଚ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ.

You may have missed