ପାରଳାଖେମୁଣ୍ଡି ସହରର ବକ୍ସି ସାହି ରେ ଗଣନାଥଙ୍କ ପୂଜା ଅବସରରେ ଭଜନ ସମାରୋହ
ପାରଳାଖେମୁଣ୍ଡି:୨୦/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ବକ୍ସିସାହି ଠାରେ ଗଣେଷପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଗଜପତି ସ୍ମୁତି କଳା ପରିଷଦର କଳାକାର ମାନଂକ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ଅନୁଷ୍ଠାନର ଗୁରୁ ନ୍ରୁସିଂହ ପ୍ରସାଦ ପାଢୀଙ୍କ ସଂଗୀତ ପରିଚାଳନାରେ କଳାକାର ମାନେ ଭଜନ ପରିବେଷଣ କରିଥିଲେ।ଏହି କଳାକାରମାନେ ହେଲେ ନିଜେ ଗୁରୁ ନ୍ରୁସିଂହ ପ୍ରସାଦ ପାଢୀ, ମମତା ପାଢୀ,ମିନତୀବାଳା ମହାପାତ୍ର,ସୁନୀତା କୁମାରୀ ମହାରଣା,ପ୍ରବୀଣା କୁମାରୀ ବେହେରା,ଲୋପାମୁଦ୍ରା ଆଚାର୍ଯ୍ୟ,ଡାକ୍ତର ମୁର୍ମୁ ଓ ରଶ୍ମିତା କୁମାରୀ ଦାଶ ନିଜର ସୁଲଳିତ କଣ୍ଠ ସ୍ୱରରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଏଥିରେ ତବଲାରେ ହରିଶ୍ଚନ୍ଦ୍ର ପାଇକ, ଢୋଲକରେ ବିଜୟ କୁମାର ଲେଂକା ସହଯୋଗ କରିଥିଲେ।ଦୀର୍ଘ ୯ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ଯାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଫେନ୍ସି ଡ୍ରେସ୍ ପ୍ରତିଯୋଗିତା,ଭଜନ ସମାରୋହ,ଦୀପଦାନ ଇତ୍ୟାଦିର ଆୟୋଜନ ହେଉଛି। ଆସନ୍ତା ୨୧ତାରିଖ ଦିନ ଠାକୁରଂକ ବିସର୍ଜନ କରାଯିବ। ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଗଣେଷପୂଜା ବୁଲିଆସି ଆୟୋଜକ ମାନଂକୁ ଉସ୍ଛାହିତ କରି ସମସ୍ତ ପାରଳାବାସୀ ମଂଗଳ କାମନା ପାଇଁ ଗଣନାଥଂକ ନିକଟରେ ପ୍ରାର୍ଥନା କରିଥିଲେ।
