ମହୁଲେ ଛକରେ ବାଇକ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
ବରଗଡ ,ତା ୧୯/୯
କୀର୍ତ୍ତନ ଦେଖି ଘରକୁ ଫେରୁଥିବା ବେଳେ ଗୋଡ଼ଭଗା ବିନିକା ୫୪ ନମ୍ବର ରାଜ୍ୟ ରାଜପଥ ରାସ୍ତାର ମହଲେ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପଛପଟୁ ଏକ ବାଇକ ଧକ୍କା ଦେବାରୁ ଅଇଁଳାପାଲି ଗ୍ରାମର ଗୌର ପଧାନ (୬୦)ଙ୍କ ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣାରେ ଆଉ ଦୁଇଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣାର ପ୍ରତିବାଦରେ ଅଞ୍ଚଳବାସୀ ଦିନ ୨ଟାରୁ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି।
