ଆଜିର ଖବର..
ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ଆକାଶ ସହ ବଜ୍ରପାତ ଓ ବର୍ଷାର ସମ୍ଭାବନା। ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।
ଓଡ଼ିଶାରେ ପ୍ରଦୂଷଣ ନିରୀକ୍ଷଣକୁ ଅଧିକ ସଶକ୍ତ କରିବା ପାଇଁ ଡ୍ରୋନ୍ ଓ ଏଆଇ ଚାଟ୍ବଟ୍ ଆଧାରିତ ବ୍ୟବସ୍ଥା ଆରମ୍ଭ।
ପୌରପରିଷଦ ସାଧାରଣ ନିର୍ବାଚନ, ଜାରି ହେଲା ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସଂଶୋଧନ କାର୍ଯ୍ୟସୂଚୀ।
ଏସ୍ବିଆଇ ସହ ଗୃହ ଓ ନଗର ଉନ୍ନୟନ ବିଭାଗର ଏମ୍ଓୟୁ, ସୁଯୋଗ୍ ପ୍ଲାଟଫର୍ମରେ ହେବ ଡିଜିଟାଲ୍ ପେମେଣ୍ଟ।
ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ଦେଇଛି।
ଜାରିହେବ ଏସ୍ଓପି। ନିଜ ଜିଲ୍ଲାରେ ଅଡିଟ୍ କାର୍ଯ୍ୟ କରିପାରିବେ ନାହିଁ ଅଡିଟର୍।
ଓଡ଼ିଶାରେ ନିବେଶ କରିବ ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍କ୍ବାଣ୍ଟମ୍।
ନରାଜ ନିକଟରେ ୮୭୦ ଏକରରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ହବ୍ ‘ଓଡ଼ିଶା ସିଲିକନ ଭ୍ୟାଲି’ ବିକାଶ କରାଯିବ।
ସହକର୍ମୀ ଯୁବତୀଙ୍କ ଅଭିଯୋଗ ଆଧାରରେ ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ।
ଭୁବନେଶ୍ବରର ନହରକଣ୍ଟା କୁଆଖାଇ ନଦୀପଠାରେ ୧୦୦ କୋଟିର ଜମି ଏବେ ସାଧାରଣ ପ୍ରଶାସନ (ଜିଏ) ବିଭାଗକୁ ଫେରିବ।
ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ୍ ଚିନ୍ତା, ୮୭୧ ପଜିଟିଭ୍।
ଦେବଗଡ଼ ରିଆମାଳରେ ଝିଅର ପୁରୁଷ ବନ୍ଧୁକୁ ପୋଡ଼ି, ଜେଲ୍ ଗଲେ ଝିଅର ପିତା।
ରାୟଗଡା ସରକାରୀ ହସ୍ପିଟାଲରେ ରକ୍ତହୀନ ରୋଗୀଙ୍କୁ ତଡ଼ିଦେଲେ କର୍ମଚାରୀ, ସମୂହ ଆତ୍ମାହୁତି ଉଦ୍ୟମ।
ବରଗଡ଼ ଜିଲ୍ଲାର ସୋହେଲା ଓ କଟାପାଲି ଅଞ୍ଚଳରେ ବଜ୍ରପାତ, ଜଣେ ଚାଷୀ ଓ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ।
ସୁନ୍ଦରଗଡ଼ ତଳସରାରେ ବାଇକକୁ ଧକ୍କା ଦେଇ ନାଳରେ ଖସିଲା ବୋଲେରୋ, ବାପ, ପୁଅ, ନାତି ମୃତ।
ଯାଜପୁରରେ ଖଣିଜ ପାଣ୍ଠି ଲୁଟ୍। ପିଜୁଳି ବଗିଚା ପାଇଁ ୧୩ କୋଟି, ବଗିଚା ପାଲଟିଛି ଚାରଣଭୂଇଁ।
ବାଲେଶ୍ବର ଓରାଙ୍ଗଉଟାନ ଡିଲ୍ ଓ ଚାଲାଣ ସମ୍ପୃକ୍ତ ଥିବା ବିହାରର ଜଣେ ମାଫିଆଙ୍କୁ ଚିହ୍ନଟ କରାଯାଇଛି।
ମୟୂରଭଞ୍ଜ ସାରସକଣାରେ ଯୁବକ ଓ ବିବାହିତ ମହିଳାଙ୍କୁ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର, ଭିଡିଓ ଭାଇରାଲ।
ରାୟଗଡା ଜିଲ୍ଲା ଗୁଣୁପୁରରେ ଗୁଣି ସନ୍ଦେହରେ ପିଟିପିଟି ହତ୍ୟା, ୧୨ ଜଣ ଗିରଫ।
ଗଜପତି ପାରଳାଖେମୁଣ୍ଡି ସହର ଉପକଣ୍ଠରେ ବାଣ ଗୋଦାମ ଉପରେ ପୁଣି ଚଢ଼ାଉ, ବିପୁଳ ପରିମାଣର ବାଣ ଜବତ।
ପୁରୀ ବ୍ରହ୍ମଗିରିରେ ବାରହା ଆକ୍ରମଣ, ୫ ଆହତ, ୨ ଗୁରୁତର।
ନବରଙ୍ଗପୁର ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ, ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ତୃତୀୟ ଶ୍ରେଣୀ ଛାତ୍ର ମୃତ।
ସମ୍ବଲପୁରରେ ଅଧିକ ଲାଭର ଆଶା ଦେଖାଇ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ କରିଥିବା ୩ ଭାଇ ଓ ଭଉଣୀ ଗିରଫ।
କଟକ କନ୍ଦରପୁର ରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସରପଞ୍ଚଙ୍କ ସ୍ବାମୀ ଅଟକ।
🇳🇪
ଦିଲ୍ଲୀ ବିଶ୍ବବିଦ୍ୟାଳୟ ନିର୍ବାଚନ, ବିଭିନ୍ନ କଲେଜର ପ୍ରମୁଖ ପଦରେ ଏବିଭିପି ବିଜୟୀ।
ମଦ୍ୟପାନ ପରୀକ୍ଷା ନ କରାଇବା ଯୋଗୁଁ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ୮ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି।
ଆର୍ଥିକ ସଙ୍କଟର କରୁଣ ପରିଣତି, ଗୁଜରାଟରେ ୫ ବର୍ଷର ଝିଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା।
ନିଠାରୀ ଗଣଶିଶୁହତ୍ୟା ମାମଲାରେ ସିବିଆଇ ଭୁଲ ଯୋଗୁଁ ସୁପ୍ରିମକୋର୍ଟରୁ ଦୋଷମୁକ୍ତ ହୋଇଥିବା ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା।
ଆରକ୍ଷଣ ବିରୋଧୀ ପ୍ରଦର୍ଶନକୁ ଅନୁମତି କାହିଁକି ଦେଇନ? ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ପ୍ରଶ୍ନ।
୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର, ବିଶ୍ୱରେ ଚୀନ୍ ଦ୍ୱିତୀୟ, ଇଣ୍ଡୋନେସିଆ ତୃତୀୟ।
ପାକିସ୍ତାନରେ ନମାଜ ବେଳେ ମସଜିଦ୍କୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଗାଡ଼ି, ୨୧ ମୃତ, ୭୮ ଆହତ।
ଯୁଦ୍ଧ ମଧ୍ୟରେ ରୁଷ୍ରେ ସଂସଦୀୟ ନିର୍ବାଚନ, କ୍ଷମତା ଆହୁରି ସୁଦୃଢ଼ କରିବ କ୍ରେମ୍ଲିନ୍।
ୟୁରୋପରୁ ୪୦ ହଜାର ସୈନ୍ୟ ହଟାଇବ ଆମେରିକା।
ଜାତିସଂଘର ୮୧ତମ ସାଧାରଣ ସଭାରେ ଜଳବାୟୁ ପରିବର୍ତ୍ତନ ହେବ ମୁଖ୍ୟ ପ୍ରସଙ୍ଗ।
ଚନ୍ଦ୍ରପୃଷ୍ଠରେ ମହାକାଶୀୟ ଧକ୍କାରେ ସୃଷ୍ଟି ହେଲା ବିରାଟ ଗାତ।
🚴🏾♂️⚽🇳🇪
ଏସୀୟ କ୍ରୀଡ଼ା କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ଶେଷ ଦଳ ଭାବେ ଭାରତ ପ୍ରବେଶ କରିଛି।
ଭାରତୀୟ ହକି ଗୋଲକିପର ବିଚୁଙ୍କୁ ମ୍ୟାଜିକ୍ ସ୍କିଲ୍ ପୁରସ୍କାର ମିଳିବ।
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଓଡ଼ିଆ ପ୍ରଜ୍ଞାନ ଓଝା।
ଗତବର୍ଷ ଏଇ ସମୟରେ
ଓଡ଼ିଶାର ପୁରପଲ୍ଲୀରେ ଭର୍ତ୍ତି ହୋଇଥିଲେ ଅବୈଧ ବାଙ୍ଗଲାଦେଶୀ। ଚିହ୍ନଟ କରୁନଥିଲା ପ୍ରଶାସନ।
ବିହାରରେ ବେକାର ଯୁବକଙ୍କୁ ନିର୍ବାଚନ ଭେଟି, ମାସିକ ୧୦୦୦ଟଙ୍କା ଭତ୍ତା ଘୋଷଣା ହୋଇଥିଲା।
କେରଳ ସାବରିମାଲା ମନ୍ଦିରରେ ସାଢେ ୪ କିଲୋ ସୁନା ଗାଏବ ହୋଇ ଯାଇଥିଲା।
=================
ଆଜି ଜନ୍ମଦିନ: କଳ୍ପନା କାର୍ତ୍ତିକ (ଅଭିନେତ୍ରୀ), ଲକି ଅଲ୍ଲୀ, ସୁନୀତା ଉଇଲିୟମସ, ଆକାଶ ଚୋପ୍ରା, ଇଶା କୋପିକାର, ରାକେଶ ମହାନ୍ତି (କ୍ରିକେଟ, କଟକ), ଟାପି ଧର୍ମା ରାଓ (ତେଲୁଗୁ ଲେଖକ, ବ୍ରହ୍ମପୁର)
ଆଜି ତିରୋଧାନ: ପ୍ରିୟା ତେନ୍ଦୁଲକର (ଅଭିନେତ୍ରୀ)
ଇତିହାସରେ ଆଜି: (୧୯୬୦) କରାଚୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ବାକ୍ଷରିତ/ (୨୦୦୮) ଦିଲ୍ଲୀ ବାଟଲା ହାଉସରେ ଆତଙ୍କୀ ଏନକାଉଣ୍ଟର/ (୧୮୯୩) ନିଉଜିଲାଣ୍ଡରେ ମହିଳାଙ୍କୁ ଭୋଟ ଅଧିକାର/ (୧୯୫୭) ଆମେରିକାର ପ୍ରଥମ ଭୂତଳ ପରମାଣୁ ବୋମା ପରୀକ୍ଷା/ (୧୯୮୫) ମେକ୍ସିକୋ ଭୁକମ୍ପରେ ୯,୫୦୦ ମୃତ।
*🙏🥀ବନ୍ଦେ ଉତ୍କଳ ଜନନୀ🥀🙏*
➖➖➖➖➖➖➖➖➖➖➖
