June 19, 2026
ajiro khabar
Share

 

 

୧-ଭୁବନେଶ୍ଵର:ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି। ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ।

 

୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି; ମୟୂରଭଞ୍ଜରେ କରିବେ ପ୍ରକଳ୍ପର ବର୍ଷା, ଫୋକସରେ ଜନଜାତି ଅଞ୍ଚଳ।

 

୩-ଭୁବନେଶ୍ୱର:ପାଣି ନେଉଛି ପ୍ରାଣ; ୬ ବର୍ଷରେ ଗଲାଣି ୯ ହଜାରରୁ ଅଧିକ ଜୀବନ, ମୃତ୍ୟୁ ରୋକିବାକୁ ମାଷ୍ଟରପ୍ଲାନ୍, ପିଲାଙ୍କୁ ଦିଆଯିବ ପହଁରା ତାଲିମ।

 

୪-ଦୀର୍ଘକାଳୀନ ଅନୁପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୧୨୮ ଜଣ ଡାକ୍ତରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ।

 

୫-ଖୋର୍ଦ୍ଧା,କଟକ ଓ କେନ୍ଦ୍ରାପଡାରେ ସକାଳୁଆ ସ୍କୁଲ, ପୁରୀରେ ୨୨ ଯାଏଁ ଛୁଟି।

 

୬-ଭୁବନେଶ୍ୱର:RI,ICDS ପରୀକ୍ଷା ୨୮ରେ ,୨୪ରେ ମିଳିବ ସଂଶୋଧିତ ପ୍ରବେଶ ପତ୍ର।

 

୭-କେନ୍ଦ୍ରାପଡ଼ା: ଶିକ୍ଷା ବିଭାଗର ୧୯ କିରାଣୀଙ୍କର ହେଲା ଅଦଳବଦଳ।

 

୮-ହସ୍ପିଟାଲରୁ ଡିସଚାର୍ଜ ହେଲେ ସରପଞ୍ଚ ଚାମେଲି ଓଝା, ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବେ କହିଲେ।

 

୯-ଚାମେଲି ଓଝା ମାମଲାରେ ପ୍ରଥମ ଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି।

 

୧୦-ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲା, IPS ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ।

 

୧୧-ଝାରସୁଗୁଡ଼ା:ଜେଲ୍ ଭିତରେ ଏସପିଙ୍କ ସରପ୍ରାଇଜ୍ ରେଡ୍, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ ହୋଇଥିବା ସୂଚନା।

 

୧୨-ଓଡ଼ିଶାରେ 4G ନେଟୱର୍କର ମହାଅଭିଯାନ, ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ।

 

୧୩-ଅନୁଗୁଳରେ ଡବଲ ଏନକାଉଣ୍ଟର, ଲୁଟ ପରେ ଫେରାର ହୋଇଯାଇଥିଲେ ୫ ଲୁଟେରା।

 

୧୪-ପଶ୍ଚିମବଙ୍ଗରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ; PNBର ୧୯୧ କୋଟି ବ୍ୟାଙ୍କ ପ୍ରତାରଣା ମାମଲାରେ ୮ଟି ସ୍ଥାନରେ ଚଢ଼ଉ।

 

୧୫-ରାଜସ୍ଥାନ ଚୁରୁରେ ପ୍ରଳୟଙ୍କାରୀ ଧୂଳି ଝଡ଼; ଚୁରୁ ସହରକୁ ଲୁଚାଇଦେଲା ବିଶାଳ ଧୂଳି ଝଡ଼।

 

୧୬-ସଂସଦରେ ପୁଣି ଆସିପାରେ ମହିଳା ବିଲ୍ ! ଏଥରକ ଶାସକ ଏନ୍‌ଡିଏର ପଲ୍ଲା ଭାରି !

 

୧୭-ସାରା ବିଶ୍ୱରେ ଦେଶ ଛାଡ଼ିବେ ରେକର୍ଡ ସଂଖ୍ୟକ କୋଟିପତି: ଭାରତରେ ଟ୍ୟାକ୍ସ ଜଟଳିତା ଓ ଶିକ୍ଷା ସମସ୍ୟା ପଳାୟନର ମୁଖ୍ୟ କାରଣ !

 

୧୮-ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଦାବି, ଟେଲିଗ୍ରାମ ପାଲଟିଛି ନୂଆ ଡାର୍କ ୱେବ୍।

 

୧୯-ଫ୍ରାନ୍ସ ଗସ୍ତ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାକ୍ରୋନଙ୍କ ଭାବପୂର୍ଣ୍ଣ ବିଦାୟ: ହିନ୍ଦୀରେ କହିଲେ ‘ଅମର ରହେ ଭାରତ-ଫ୍ରାନ୍ସ ବନ୍ଧୁତା’।

 

୨୦-ପାକିସ୍ତାନ ରାଜନୀତିରେ ହଲଚଲ, ଇମ୍ରାନଙ୍କ ପାର୍ଟି ସହ ମେଣ୍ଟ ସଂକେତ ଦେଲେ ବିଲାୱଲ ଭୁଟ୍ଟୋ।

 

୨୧-ଭାରତ ସବୁବେଳେ ଶାନ୍ତି ପକ୍ଷରେ ରହିବ : ଜେଲେନସ୍କିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ।

 

୨୨. ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର ସହର। ଆଜି ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା। ଆସନ୍ତାକାଲି ମନ୍ଦିର ପ୍ରବେଶ