ନରୁଆ ମନ୍ଦିର ହୁଣ୍ଡି ରୁ ଚୋରୀ ଘଟଣାରେ ଆସାମୀ ଗିରଫ୍ ।
ତିର୍ତ୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଏରସମା ରାସ୍ତାର ନରୁଆ ଦୁର୍ଗା ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଯାଉଥିବା ସି.ସି. ଟିଭି ଭିଡିଓ କୁ ନେଇ ଅଞ୍ଚଳରେ ଚର୍ଚ୍ଚା କୁ ନେଇ ତିର୍ତ୍ତୋଲ ପୋଲିସ୍ ର ପାରିବା ପଣିଆ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପୋଲିସ୍ ଆଖିରେ ଧୂଳି ଦେଇ ଦିନରେ ଟାର୍ଗେଟ ରାତିରେ ଆଚିବ୍ କରୁଥିଲା ଏହି ମାଷ୍ଟର ମାଇଣ୍ଡ ଚୋର । କିନ୍ତୁ ବିଳମ୍ବରେ ହେଲେ ମଧ୍ଯ ଜିଲ୍ଲା ଏସ୍ପି ଙ୍କ ଚାପ ଓ ତିର୍ତ୍ତୋଲ ଯୁବ ପୋଲିସ୍ ଅଫିସର୍ ଜୟଦେବ ମହାନ୍ତି ଙ୍କ ନେତୃତ୍ୱ ର ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଦୁର୍ଦ୍ଦାନ୍ତ ଡକାୟତ ପୂର୍ଣ୍ଣ ଚନ୍ଦ୍ର ମାଝି ( ପୁନିଆଁ) (୫୧ ବର୍ଷ ) କୁ “ବଣିତ” ଠାରୁ ଗତକାଲି ରାତିରେ ଗିରଫ କରିବା ପରେ ଅଭିଯୁକ୍ତ କିଭଳି ଚୋରି କରିଥିଲା ସବୁ ମାନି ଯାଇଛି । ଅଭିଯୁକ୍ତ ପୁନିଆଁ ଘର ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଗଣପତି ପୂର ଗ୍ରାମ ହୋଇଥିବା ବେଳେ ପିତା ସ୍ୱର୍ଗତ ବୈଷ୍ଣବ ମାଝି ବୋଲି ଜଣାପଡ଼ିଛି । ଅଭିଯୁକ୍ତ ନିକଟରୁ ନୀଳ ରଙ୍ଗର ହ୍ୟାଣ୍ଡଲ ଲାଗିଥିବା ଷ୍ଟିଲ ରେ ତିଆରି କଟର, ବୋଲ୍ଟ କଟର ଦୁଇଟି ରବର ଗ୍ରିପ୍ ଜବତ ହୋଇଛି । ଅଭିଯୁକ୍ତ ପୁନିଆଁ କୁ ତିର୍ତ୍ତୋଲ ପୋଲିସ୍ କେଶ୍ ନଂ ୩୭/୨୦୨୬, ୟୁ/ଏସ୍ – ୩୦୩(୨) ଦଫା ଲଗାଇ ବି.ଏନ୍.ଏସ. ରେ ଅଟକ ରଖିଛି ତିର୍ତ୍ତୋଲ ପୋଲିସ୍ । ଅଭିଯୁକ୍ତ ର ସ୍ଥାନୀୟ ନରୁଆ ଛକ ଠାରେ କିଛି ନିସାଡି ଙ୍କ ସହିତ ସମ୍ପର୍କ ରହିଥିବା ପୋଲିସ୍ ହାତରେ ସୁରାଗ ଲାଗିଛି ।
ଖୁବ୍ ଶୀଘ୍ର ପୋଲିସ୍ ଅଭିଯୁକ୍ତ ର ପାଖ ଲୋକ ଙ୍କ ପାଖରେ ପହଞ୍ଚି ଉଠାଇପାରେ ବୋଲି ଜଣାପଡ଼ିଛି । କିନ୍ତୁ ପୂର୍ବରୁ ନରୁଆ ଦୁର୍ଗା ମନ୍ଦୀର କବାଟ ତାଡି ମା ଙ୍କ ସୁନା, ରୂପା ଗହଣା, ପିତଳ ବାସନ କୁସନ ଘଣ୍ଟ ଘଣ୍ଟି ଚୋରି ହୋଇଥିବା ଘଟଣା ରେ ପୋଲିସ୍ ହାତ ଖାଲିଥିବା ଜଣା ପଡ଼ିଛି ।
