ଛାତ୍ରସଂସଦର ମିଳିତ ପ୍ରଚେଷ୍ଟାରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଦୀର୍ଘଦିନର ପାନୀୟ ଜଳ ସମସ୍ୟାର ସମାଧାନ..
ପାରଳାଖେମୁଣ୍ଡି:୧୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ବ୍ରହ୍ମପୁରରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହୋଇଛି । ନବନିର୍ବାଚିତ ଛାତ୍ରସଂଘର ମିଳିତ ଉଦ୍ୟମ ଓ ନିରନ୍ତର ପ୍ରଚେଷ୍ଟା ଫଳରେ ମହାବିଦ୍ୟାଳୟରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନିମନ୍ତେ ପାଇପ୍ ସଂଯୋଗୀକରଣ ସହିତ ଛାତ୍ରସଂସଦ ସଭାପତି ଅଜୟ କୁମାର ଦାସଙ୍କ ପକ୍ଷରୁ ମହାବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ଆକ୍ୱାଗାର୍ଡର ସଂଯୋଗୀକରଣ କାର୍ଯ୍ୟ ଆଜି ସମ୍ପନ୍ନ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପି.ଭି. ଶ୍ରୀନିବାସ ଏବଂ ଏସ୍.ଓ. ବିଶ୍ୱ ବିହାରୀ ବିଷୋୟୀ ଉଭୟ ଉପସ୍ଥିତ ରହି ଏହି ପାନୀୟ ଜଳ ବ୍ୟବସ୍ଥାର ଉଦଘାଟନ କରିଥିଲେ । ଦୀର୍ଘଦିନ ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାର ସୁଯୋଗ ପାଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଏସ୍.ଓ. ବିଶ୍ୱ ବିହାରୀ ବିଷୋୟୀ, ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ, ଛାତ୍ରସଂଘ ସଭାପତି ଅଜୟ କୁମାର ଦାସ, ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର, ସହ-ସାଧାରଣ ସମ୍ପାଦକ ରୁଦ୍ରାଂଶୁ ପ୍ରଧାନ, କ୍ରୀଡ଼ା ସମ୍ପାଦକ ଆଶୁତୋଷ ପଣ୍ଡା, ସହ-କ୍ରୀଡ଼ା ସମ୍ପାଦକ କଲ୍ୟାଣୀ ବେହେରା, ନାଟ୍ୟ ସମ୍ପାଦକ ଶୁଭଙ୍କରୀ ଦୀକ୍ଷିତ, ସହ-ନାଟ୍ୟ ସମ୍ପାଦକ ଭୂମି ପ୍ରଧାନଙ୍କ ସମେତ ଛାତ୍ରସଂଘର ସହଯୋଗୀ ଏବଂ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ସଫଳତା ସମ୍ପର୍କରେ ଛାତ୍ରସଂଘ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ୟାର ସମାଧାନ ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ହିଁ ଛାତ୍ରସଂଘ ର ପ୍ରମୁଖ ଦାୟିତ୍ୱ । ନିର୍ବାଚନ ପରେ ଛାତ୍ରସଂଘ କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ କାର୍ଯ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉଛି । ଆଗାମୀ ଦିନରେ ମଧ୍ୟ ମହାବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଛାତ୍ରସଂଘ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ଜାରି ରଖିବ । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ହିଁ ଆମର ପ୍ରାଥମିକତା, ସେବା ହିଁ ଆମର ସଂକଳ୍ପ ବୋଲି ଛାତ୍ରସଂଘ ସଭାପତି ଅଜୟ କୁମାର ଦାସ ପ୍ରକାଶ କରିଛନ୍ତି ।
