September 14, 2026

ମହିଳା ମହା ସଂଘରେ ଜାଲିଆତି, କୁଜଙ୍ଗ ବ୍ଲକ୍ ସମ୍ମୁଖରେ ମହିଳା ସଙ୍ଘ ର ସଭ୍ୟାଙ୍କ ଧାରଣା….

IMG-20260818-WA0026
Share

କୁଜଙ୍ଗ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ବାଲିଆ ପଞ୍ଚାୟତ ର ମହିଳା ମହା ସଂଘର ସମସ୍ତ କାଗଜ ପତ୍ର ଭିଜିଲାନ୍ସ ହାତରେ ଥିବା ବେଳେ ବିନା ବୈଠକ ଓ ବିନା କଗଜପତ୍ର ରେ ପଞ୍ଚାୟତ ମହାସଂଘର ସଭାନେତ୍ରୀ,ଇସି ସଭ୍ୟା ଓ ପାନପଲ୍ଲି ଆଞ୍ଚଳିକ ମଞ୍ଚର ସି.ଆର.ପି ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ବ୍ଲକ୍ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ସଂଖ୍ୟାର ମହିଳା ମାନେ । ପୁର୍ବ ସରକାର ସମୟ ରେ ଥିବାବେଳେ ଜାଲିଆତି କରି ସବୁ ଖାଇ ନିଜକୁ ବଞ୍ଚାଇବାକୁ ଯାଇ ବର୍ତ୍ତମାନ ସରକାର ଙ୍କ ଛତ୍ରଛାୟା ତଳେ ଆଶ୍ରୟ ନେଇଛନ୍ତି । ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଫାଟକ ସମ୍ମୁଖରେ । ତେବେ ବାଲିଆ ପଞ୍ଚାୟତ ମହାସଂଘର ସଭାନେତ୍ରୀ, ଇସୀ ସଭ୍ୟା ଓ ପାନପଲ୍କୀ ଆଞ୍ଚଳିକ ମଞ୍ଚର ସି.ଆର.ପି ସୁଲୋଚନା ସ୍ଵାଇଁଙ୍କୁ ପଞ୍ଚାୟତ ମହାସଂଘରୁ ନିଲମ୍ବିତ କରିଥିବା ନେଇ କୁଜଙ୍ଗ ବିଡ଼ିଓଙ୍କ ଜରିଆରେ ଜଗତସିଂହପୁର ଜିଲ୍ଲାପାଳ, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ଜଗତସିଂହପୁର, କୁଜଙ୍ଗ ଥାନା ଓ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କରାଯାଇଛି ।ମାତ୍ର ମହାସଂଘର ଅଭିଯୋଗକୁ କୌଣସି ଅଧିକାରୀ କର୍ଣ୍ଣପାତ ନ କରିବାରୁ ଆଜି ବାଲିଆ ପଞ୍ଚାୟତ ମହାସଂଘ ପକ୍ଷରୁ ଶତାଧିକ ସଂଖ୍ୟାର ମହିଳା ମାନେ ଧାରଣାରେ ବସିଛନ୍ତି ।ଏଥିସହିତ କେଉଁ କାରଣରୁ ମହାସଂଘ ପାନପଲ୍କୀ ଆଞ୍ଚଳିକ ମଞ୍ଚର ସି.ଆର.ପି ସୁଲୋଚନା ସ୍ଵାଇଁ,ସଭାନେତ୍ରୀ ଓ ଇସୀ ସଭ୍ୟାଙ୍କୁ ବିନା ବୈଠକ ଓ ବିନା କାଗଜ ପତ୍ରରେ ନିଲମ୍ବିତ କରାଯାଇଛି । ତାହାର ସଠିକ୍ ଉତ୍ତର ନ ମିଳିବା ପର୍ଯ୍ୟନ୍ତ ମହିଳା ମାନେ ଧାରଣାରେ ବସିବେ ଓ ଦରକାର ପଡ଼ିଲେ ବ୍ଲକ୍ ଫାଟକ ସମ୍ମୁଖରେ ନିଜକୁ ଜଳାଞ୍ଜଳି ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଓଡ଼ିଶା ସରକାର ମିଶନଶକ୍ତି ପକ୍ଷରୁ ତା ୨୪/୦୯/୨୦୨୫ରେ ଚିଠି ନଂ ୫୯୬୧ ଅନୁଯାୟୀ କୌଣସି ଇସି ସଭ୍ୟାଙ୍କୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଚିଠିରେ ଉଲ୍ଳେଖ ଥିବା ସତ୍ତ୍ୱେ ବାଲିଆ ପଞ୍ଚାୟତ ମହାସଂଘର ଚିଠି ନ୦୧ ଏବଂ୧୯/୧୨/୨୦୨୫ରେ କିପରି ମହସଂଘର ସଭାନେତ୍ରୀ, ଇସି ସଭ୍ୟା ଓ ସି.ଆର.ପିଙ୍କୁ ନିଲମ୍ବିତ କରାଗଲା ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।