September 17, 2026

ମା’ ବୁଢ଼ାକେନ୍ଦୁ ଶକ୍ତିପୀଠର ଉନ୍ନତିକରଣ ପାଇଁ ବିଧାୟକଙ୍କ ଶୁଭ ଉଦ୍‌ଘାଟନ..

IMG-20260917-WA0154
Share

 

ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ପାଚେରୀ ଓ ପେଭର୍ ବ୍ଲକ୍‌; ବିଧାୟକଙ୍କ ଦରମାରେ ସୌରଚାଳିତ ପାନୀୟଜଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଙ୍କ ଡ୍ରି୍ଘାୟୁ କାମନା କରି ସମୂହ ଦିପଦାନ,

 

ବେଲଗୁଣ୍ଠା: ୧୭/୦୯,ମା’ ବୁଢ଼ାକେନ୍ଦୁ ଶକ୍ତିପୀଠର ସାମଗ୍ରିକ ଉନ୍ନତିକରଣ ଓ ପୁନରୁଦ୍ଧାର ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ପ୍ରଚେଷ୍ଟାରେ ମନ୍ଦିରର ମରାମତି, ପୁନରୁଦ୍ଧାର ଓ ପରିସର ବିକାଶ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ବ୍ୟୟରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏଥିସହ ମନ୍ଦିର ସମ୍ମୁଖରେ ଦୁଇଟି ହାଇମାକ୍ସ ଲାଇଟ୍‌ର ମଧ୍ୟ ଉଦ୍‌ଘାଟନ କରାଯାଇଛି। ବିଧାୟକଙ୍କ ସ୍ୱତନ୍ତ୍ର ହାତପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ମନ୍ଦିରର ମରାମତି ଓ ପୁନରୁଦ୍ଧାର ସହ ପାଚେରୀ ନିର୍ମାଣ ଏବଂ ମନ୍ଦିର ପରିସରରେ ପେଭର୍ ବ୍ଲକ୍ ବିଛାଇବା କାର୍ଯ୍ୟ କରାଯିବ। ଅନ୍ୟପକ୍ଷରେ ବିଧାୟକ ନିଜ ଦରମା ଅର୍ଥ ବିନିଯୋଗ କରି ପୀଠରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସୌରଚାଳିତ ପମ୍ପ ଓ ୫ ହଜାର ଲିଟର କ୍ଷମତାବିଶିଷ୍ଟ ପାଣିଟାଙ୍କି ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଦ୍ୟୁମ୍ନ ପାତ୍ର ସଂଯୋଜନା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ କମିଟି ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ବୁଢ଼ାକେନ୍ଦୁ ମନ୍ଦିରର ପୁନରୁଦ୍ଧାର ଓ ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଡିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଧାୟକ ପ୍ରତିନିଧି ତଥା ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ, ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ,ସରପଞ୍ଚ ସତ୍ୟବାନ ସ୍ୱାଇଁ,ଦୁର୍ଗାମାଧବ ନାୟକ,ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ପ୍ରହଲ୍ଲାଦ ଲେଙ୍କା,ସଞ୍ଜୟ ପ୍ରଧାନ, ଜୟରାମ ନାୟକ, ମହନ୍ତ ରାମକୃଷ୍ଣ ଦାସ, କାଉନସିଲର ଦିବ୍ୟ ରଞ୍ଜନ ଦାଶ, ଯୁବ ସଂଗଠକ ରାଧାସ୍ୱାମୀ ରାଜୁ,ଭରତ ବିଷୋୟୀ, ଚିତ୍ତ ବିଷୋୟୀ, ଲକ୍ଷ୍ମଣ ବିଷୋୟୀ, ମଣ୍ଡଳ ସଭାପତି ସଞ୍ଜୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣମୂର୍ତ୍ତି ପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ମଣ୍ଡଳ ସଭାପତି ଓ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ସଦସ୍ୟ ରମେଶ ରାଉତ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ବର୍ଷ ପୂର୍ତ୍ତି ଏବଂ ୭୭ତମ ଜନ୍ମଦିବସ ଅବସରରେ ତାଙ୍କ ଦୀର୍ଘାୟୁ କାମନା କରି ବିଧାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ, ସରପଞ୍ଚ ଓ ସମିତି ସଭ୍ୟ ମା’ ବୁଢ଼ାକେନ୍ଦୁ ପୀଠରେ ସମୂହ ଦୀପଦାନ କରିଥିଲେ। ମନ୍ଦିରର ଭିତ୍ତିଭୂମିର ବିକାଶ ସହ ଆଗାମୀ ଦିନରେ ମା’ ବୁଢ଼ାକେନ୍ଦୁ ପୀଠ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ