June 16, 2026

 ନେଟଙ୍ଗା ଗ୍ରାମରେ ପବିତ୍ର ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ….

bhnjm
Share

ଭଂଜନଗର/ବେଲଗୁଣ୍ଠା,୧୭ ମାର୍ଚ୍ଚ: ଆଜି ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ଦିନ ବା ଶ୍ରୀ ରାମନବମୀ ଉତ୍ସବ। ସାରା ଦେଶରେ ଏହି ଭବ୍ୟ ଉତ୍ସବ ଅତି ଧୂମଧାମରେ ଆଡମ୍ବର ସହକାରେ ପାଳନ ହେଉଅଛି। ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ସ୍ଥାନ ଅଯୋଧ୍ୟା ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ରାମ ମନ୍ଦିର ଗୁଡିକ ରେ ଅପୂର୍ବ ସାଜସଜ୍ଜା ସହିତ ଆନନ୍ଦ ଉତ୍ସାହର ସହ ପାଳନ ହେଉଅଛି ଏହି ଭବ୍ୟ ଉତ୍ସବ। ଏଥିପାଇଁ ସାରା ଦେଶରେ ଦେଖାଦେଇଛି ଖୁସିର ମାହୋଲ୍ । ଶ୍ରୀ ରାମ ପ୍ରେମୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଅଛି ଆନନ୍ଦ ଓ ଉଲ୍ଲାସ।
ଏହି ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭଞ୍ଜ ନଗର ସବଡିଭିଜନ ତଥା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ରଘୁନାଥ ମନ୍ଦିର ରେ ମଧ୍ୟ ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମୋତ୍ସବ ବା ଶ୍ରୀ ରାମନବମୀ ଉତ୍ସବ ଅତି ଧୂମଧାମରେ ଆଡମ୍ବର ସହକାରେ ପାଳନ କରାଯାଇଛି। ମନ୍ଦିର ଟ୍ରଷ୍ଟି ବୋର୍ଡ ର ସମସ୍ତ କର୍ମକର୍ତ୍ତା, ନେଟଙ୍ଗା ଗ୍ରାମ ବାସୀ, ଯୁବକ ସଂଘ, ପୂଜକ, କୀର୍ତ୍ତନ ମଣ୍ଡଳୀ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ତଥା ସହଯୋଗ ରେ ଏହି ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହନୁମାନ ନେତ ବା ଧ୍ଵଜା ସ୍ଥାପନ କରାଯାଇଥିଲା ଏବଂ ପଣା ବଣ୍ଟନ କରାଯାଇଥିଲା। ପ୍ରକାଶ ଥାଉକି, ନେଟଙ୍ଗା ଗ୍ରାମରେ ପ୍ରଭୂ ଶ୍ରୀ ରାମ ଲାଲାଙ୍କ ଜନ୍ମଦିନ ଠାରୁ ଅଭିଷେକ ଉତ୍ସଵ ପର୍ଯ୍ୟନ୍ତ ବିଭିନ୍ନ ପୂଜାର୍ଚ୍ଚନା, ହୋମଯଜ୍ଞ, ରାମ ବନବାସ , ଲଙ୍କା ପୋଡ଼ି, ରାମ ବିବାହ, ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଏବଂ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ।
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)

You may have missed