June 16, 2026

ପାରଳାଖେମୁଣ୍ଡି ପୋଲିସର ନାଇଟ ପେଟ୍ରୋଲିଂ ବେଳେ ଧରା ପଡିଲେ ୧୦ ଜଣ ମଦ୍ୟପ 

IMG-20260616-WA0003
Share

 

 

ପାରଳାଖେମୁଣ୍ଡି;୧୫/୬(ଗରୁଡ଼ ଧ୍ଵଜ ଚୌଧୁରୀ) ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସାଧାରଣ ସ୍ଥାନରେ ମଦ୍ୟପାନ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୧୦ ଜଣଙ୍କୁ ପୋଲିସ ଚି଼ହ୍ନଟ କରି ଧରିଛି.ଏହି ୧୦ ଜଣଙ୍କୁ ପୋଲିସ କଡା ଚେତାବନୀ ଦେଇ ବ୍ୟକ୍ତିଗତ ବଣ୍ଡରେ ଛାଡି ଦେଇଥିବା ସୂଚନା ମିଳିଛି.ଗତକାଲି ରାତିରେ ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ହଠାତ୍ ବାଇକ୍ ପେଟ୍ରୋଲିଂ କରାଯାଇ ପାଠପତନମ ରୋଡ୍, ବି.ଏନ୍. ପ୍ୟାଲେସ ପରିସର, ଫ୍ରଣ୍ଟ ସାଇଡ୍ କମ୍ପାଉଣ୍ଡ ଏବଂ ଅନ୍ୟାନ୍ୟ କମ୍ ଆଲୋକ ଥିବା ସ୍ଥାନଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ କିଛି ଯୁବକ ଦଳବଦ୍ଧ ଭାବେ ବସି ମଦ୍ୟପାନ କରୁଥିବା ଦେଖାଯାଇଥିଲା। ପ୍ରାୟ ୧୦ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ପରିଚୟ ଯାଞ୍ଚ କରାଯାଇଥିଲା। ସେମାନଙ୍କୁ କଡ଼ା ଚେତାବନୀ ଦିଆଯିବା ସହିତ ଲିଖିତ ମୁଚାଲିକା ନିଆଯାଇଥିଲା ଏବଂ ପରେ ଛାଡ଼ି ଦିଆଯାଇଥିଲା। ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ସାଧାରଣ ସ୍ଥାନରେ ମଦ୍ୟପାନ, ଅସାମାଜିକ କାର୍ଯ୍ୟକଳାପ ଏବଂ ଶାନ୍ତି-ଶୃଙ୍ଖଳା ବିରୋଧୀ କାର୍ଯ୍ୟ ଉପରେ ଏଭଳି ଅଚାନକ ଚଢ଼ାଉ ଓ ପେଟ୍ରୋଲିଂ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

You may have missed