July 29, 2026

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ ..

IMG-20260716-WA0071
Share

 

ବୁଗୁଡା : ତା ୧୬/୦୭/୨୬ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଳମ୍ବ ଗ୍ରାମର ଜନୈକା ମହିଳା ବିଷଧର ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ ଜଗନ୍ନାଥ ସ୍ବାଇଁଙ୍କ ପତ୍ନୀ ଝୁମୁରି ସ୍ବାଇଁ (୩୫)।ଘଟଣାରୁ ପ୍ରକାଶ ଯେ, ବୁଧବାର ରାତିରେ ଝୁମ୍ପୁରି ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କ ଗୋଡକୁ କାମୁଡି ଦେଇଥିଲା। ଯନ୍ତ୍ରଣାଦାୟକ ବିନ୍ଧା ହେବାରୁ ସେ ତାଙ୍କର ବଡ ଯାଆଙ୍କୁ ଏନେଇ ଜଣାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏକ ଅଟୋରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ ୨୭/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।