September 15, 2026

ଶିଶୁ ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ 

IMG-20260914-WA0060
Share

ବୁଗୁଡା : ତା ୧୪/୦୯/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପ୍ରାର୍ଥନା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଜତ ଜୟନ୍ତୀ ଉତ୍ସବ କମିଟି ସଭାପତି ଗୋପାଳ ଚନ୍ଦ୍ର ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ପରିଚାଳନା ସମିତିର କର୍ମକର୍ତ୍ତା ଏବଂ ପ୍ରାକ୍ତନ କମିଟିମାନର କର୍ମକର୍ତ୍ତାଗଣଙ୍କ ସମେତ ଶିଶୁ ମନ୍ଦିରର ସେବାବ୍ରତୀମାନେ ଉପସ୍ଥିତ ରହିଥିଲେ। ଏ ଅବସରରେ ରଜତ ଜୟନ୍ତୀ ଉତ୍ସବର ୨୨ ଜଣିଆ କମିଟିବୃନ୍ଦଙ୍କ ଦାୟିତ୍ବ ସହ ଅନ୍ୟ ସବ୍-କମିଟି ଗୁଡିକର ଦାୟିତ୍ବ କଣ ରହିବ ସେନେଇ ଆଲୋଚନା କରାଯାଇଥିଲା। ଏଥି ସହ ଆଗାମୀ ଜାନୁଆରୀ ମାସରେ ହେବାକୁ ଥିବା ତ୍ରିଦିବସୀୟ ରଜତ ଜୟନ୍ତୀ ଉତ୍ସବର ବଜେଟ୍ ପ୍ରସ୍ତୁତ କରାଯାଇଥିଲା। ଶିକ୍ଷା ବିକାଶ ସମିତିର ମାର୍ଗ ଦର୍ଶିକା ଅନୁସାରେ ରଜତ ଜୟନ୍ତୀ ଉତ୍ସବ ପାଳନର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିବା ବେଳେ ଯଥାଶୀଘ୍ର ପୂର୍ବଛାତ୍ର ଏବଂ ଅଭିଭାବକ ବୈଠକ ଆହ୍ବାନ କରାଯାଇ ଆଗାମୀ ରଜତ ଜୟନ୍ତୀ ସମାରୋହ ସମ୍ପର୍କେ ଆଲୋଚନା କରାଯିବାକୁ ସ୍ଥିର କରାଯାଇଥିଲା। ବୈଠକର ପରିଶେଷରେ ପ୍ରଧାନାଚାର୍ଯ୍ଯ ଚଣ୍ଡି ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।