ଆଜିର ରାଶିଫଳ..
*✧═════•❁❀❁•═════✧*
*ମେଷ: ପାରିବାରିକ ଜୀବନରେ ପରିବର୍ତ୍ତନ ହୋଇପାରେ। ଆପଣ ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଆ କାମରେ ବ୍ୟସ୍ତ ରହିବେ।*
*ବୃଷ: ବ୍ୟବସାୟରେ ଯଥେଷ୍ଟ ଅଭିବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ପ୍ରସନ୍ନ ରହିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।*
*ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ। ବନ୍ଧୁମାନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।*
*କର୍କଟ: ଆପଣଙ୍କ ମନ ସକାରାତ୍ମକ ରହିବ। କାର୍ଯ୍ୟକ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେବେ। ବିଜ୍ଞାନ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହେବ। ଜୀବନସାଥୀ ସହ ତାଳମେଳ ବଜାୟ ରହିବ।*
*ସିଂହ: ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।*
*କନ୍ୟା: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ।*
*ତୁଳା: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିବ। କୌଣସି କାମର ଯୋଜନା ପ୍ରସ୍ତୁତ କରିବେ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ଆସିବ।*
*ବିଛା: ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ଓକିଲଙ୍କର ପ୍ରସିଦ୍ଧି ବଢ଼ିବ। ଛାତ୍ର ଲେଖାପଢ଼ାରେ ଧ୍ୟାନ ଦେବେ।*
*ଧନୁ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କୌଣସି କାମ ସଂପୂର୍ଣ୍ଣ ହୋଇପାରେ। ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘର ପାଇଁ ଦରକାରୀ ଜିନିଷ କିଣିବେ।*
*ମକର: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ।*
*କୁମ୍ଭ: ଦିନଟି ବହୁତ ଶୁଭ ରହିବ। ଆପଣଙ୍କର ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରିବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।*
*ମୀନ: ବେପାର ବଣିଜରେ ଲାଭ ହେବ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୌଣସି ଖୁସି ଖବର ପାଇବେ। କ୍ୟାରିଅରରେ ଆପଣ ଗୁରୁଙ୍କ ମାର୍ଗଦର୍ଶନ ପାଇବେ।*
