June 16, 2026

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

IMG-20250214-WA0039
Share

 

 

ଗାଙ୍ଗପୁର,୧୪/୦୨,ଧରାକୋଟ ବ୍ଲକ୍ ଅନ୍ତର୍ଗତ ମାଣିକ୍ଯପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିଳାଦ୍ରୀ ପଟ୍ଟନାୟକଙ୍କ 68 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ ପଟ୍ଟନାୟକ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ପ୍ରତିମା ପଟ୍ଟନାୟକ, ଏକମାତ୍ର ପୁତ୍ର ଦୟାନିଧି ପଟ୍ଟନାୟକ, ସାନଭାଇ ସୁବାଷ ପଟ୍ଟନାୟକ, ଝିଅ, ଜ୍ୱାଇଁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସ୍ଵର୍ଗତ ପଟ୍ଟନାୟକ ଜଣେ ପରୋପକାରୀ,ଧର୍ମ ପରାୟଣ ଏବଂ ଆଦର୍ଶ ଶିକ୍ଷକ ଭାବେ ବେଶ୍ ପରିଚିତ ଥିଲେ I ସେ ଗ୍ରାମ୍ୟ ପରିଚାଳନା କମିଟି ଏବଂ କରଣ ସମାଜର ଜଣେ ବରିଷ୍ଠ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ I ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଏହି ଖବର ପାଇ ସ୍ଥାନୀୟ ସରପଞ୍ଚ,ପୋଷ୍ଟ୍ ମାଷ୍ଟର, ଅବସରପ୍ରାପ୍ତ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଥିଲେ I ଗ୍ରାମ ଶ୍ମଶାନରେ ସ୍ଵର୍ଗତ ପଟ୍ଟନାୟକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed