June 10, 2026

ଉମରକୋଟ ରେ ୯ ବସ୍ତା ଗୁଟୁକା ରୁ ୧ ଲକ୍ଷ ୬୬ ହଜାର ଟଙ୍କା ଆଦାୟ କଲା ଜି ଏସ ଟି ବିଭାଗ…….

IMG-20241113-WA0044
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଛତିଶଗଡ଼ ର କଣ୍ଡା ଗାଁ ରୁ ରାଇଘର ଚାଲାଣ ହେଉ ଥିବା ୯ ବସ୍ତା ଗୁଟଖା ରୁ ଭବାନୀପାଟଣା ର ଜି ଏସ ଟି ବିଭାଗ ୧ ଲକ୍ଷେ ୬୬ ହଜାର ଟଙ୍କା ଫାଇନ ଆଦାୟ କରିଛି। ଗତ କାଲି କଣ୍ଡଗା ରୁ ଏକ ଘୋରଇ ବସ ରେ ୯ ବସ୍ତା ଗୁଟୁକା ଉମରକୋଟ ଆସି ଥିଲା। ଏଠାରେ ଅନ ଲୋଡ ହେବା ପରେ ଅନ୍ୟ ଏକ ବସ ରେ ବିକ୍ରି ପାଈଁ ରାଇଘର ଯାଇ ଥାନ୍ତା। ତେବେ କୌଣସି ସୁତ୍ର ରୁ ଖବର ପାଇଁ ଉମରକୋଟ ପୋଲିସ ବସ ଷ୍ଟାଣ୍ଡ ଠାରେ ଜବତ କରି ଥାନା କୁ ନେଇ ଭବାନୀପାଟଣା ଜି ଏସ ଟି ବିଭାଗ କୁ ଖବର ଦେଇଥିଲା। ଆଜି ଭବାନୀପାଟଣା ର ଜି ଏସ ଟି ଟିମ୍ ଉମରକୋଟ ରେ ପହଞ୍ଚି ଥିଲା। ତେବେ ଜବତ ୯ ବସ୍ତା ଗୁଟୁକା ର ବଜାର ମୂଲ୍ୟ ୧.୩୮,୪୦୦ ଟଙ୍କା ହେଇ ଥିବା ବେଳେ ଜି ଏସ ଟି ବିଭାଗ ୧.୬୬.୦୦୦ ଜୋରିମାନା ଅର୍ଥ ଆଦାୟ କରି ଥିଲା। ତେବେ ଟଙ୍କା ପୈଠ ପରେ ଜବତ ଗୁ ଟୁ କା କୁ ମାଲିକ କୁ ହସ୍ତାନ୍ତର କରିଥିଲା। ତେବେ ଏହାର ମାଲିକ କଣ୍ଡାଗା ର ବୋଲି ଜଣାପଡିଛି। ଭବାନୀ ପାଟଣା ଜି ଏସ ଟି ବିଭାଗ ର ସି ଟି ଓ ହରେ କୃଷ୍ଣ ସାହୁ ଓ ଏ ସି ଟି ଓ ସୁଧାଂଶୁ ବେହେରା ଓ ଟଙ୍କ ଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ