June 10, 2026

ରଜ ପାଇଁ ସଜବାଜ ହେଲାଣି ଗାଁ ଠାରୁ ସହର

IMG-20260609-WA0020
Share

 

ବୋଲଗଡ଼,୦୯/୦୬(ଉପାନ୍ତ ଖବର):ଓଡ଼ିଆ ସଂସ୍କୃତିର ପରିଚୟ,ଓଡ଼ିଶାର ପୁରପଲ୍ଲୀରେ ନାଚଗୀତରେ ଉତ୍ସାହରେ ପାଳିତ ହେଉଥିବା ରଜ ପର୍ବ ମୌସମୀର ଆଗମନ କୁ ସ୍ୱାଗତ କରିଥାଏ।

ଆଉ ଦିନ କେଇଟାରେ ଆସିବ ରଜ। ରଜ ପାଇଁ ଗାଁଠାରୁ ସହର ସବୁଠି ରଜ ପାଇଁ ପ୍ରସ୍ତୁତି ଜୋରଦାର ଧରିଛି । ଝିଅମାନେ ରଜ ୩ଦିନ ପାଳନ ପାଇଁ ନୂଆ ପୋଷାକ, ଦୋଳି ଖେଳିବା, ପିଠା ଖାଇବା, ଖେଳକୁଦ ଓ ମୁଉଜ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ଭାଇ ତାର ଭଉଣୀ ପାଇଁ ଦୋଳି ବାନ୍ଧିବାକୁ ପ୍ରସ୍ତୁତ କରିସାରିଲାଣି। ଝିଅମାନେ ରଜରେ ଦୋଳି ଖେଳିବା ସହ ମେହେନ୍ଦୀ ଲଗାଇବା, ପିଠା, ମିଠା ପାନ ଖାଇବାକୁ ପସନ୍ଦ କରିଥାନ୍ତି। ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି। ସେପଟେ ରଜ କିଣାବିକା ପାଇଁ ବଜାରରେ ଧିରେ ଧିରେ ଭିଡ ଜମିବାରେ ଲାଗିଲାଣି। ଏପରିକି ଆମ୍ବ, ପଣସ ଓ ବିଭିନ୍ନ ପ୍ରକାରର ଫଳ ରଜ ଉପଲକ୍ଷେ ବାପାତାର ଝିଅ ପାଇଁ ସାଇତି ରଖିଛନ୍ତି। ବିଭିନ୍ନ ଦୋକାନ ବଜାରରେ ରଜ ଉତ୍ସବ ପାଳନ ପାଇଁ ସଜବାଜରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳରେ ରଜ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ବୈଠକ କରାଯାଉଛି। ଏଥିସହିତ ରଜ ଉପଲକ୍ଷେ ଏବେ ବିଭିନ୍ନ ସାଧା ମସଲା ଯୁକ୍ତ ମିଠା ପାନ ଦୋକାନ ଖୋଲିଲାଣି। ରଜ ପାନର ସ୍ବତନ୍ତ୍ରତା ରହିଛି। ପାନ ଖାଇବା ଓ ନ ଖାଇବା ଲୋକ ମଧ୍ୟ ରଜ ପାନ ଖାଇ ମଜା ଉଠାଇଥାନ୍ତି। ଖୋର୍ଦ୍ଧା ନିକଟସ୍ଥ ସାରୁଅ ରଜ ପାନ ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ଏବେ ବିଭିନ୍ନ ଛକରେ ରଜପାନର ଦୋକାନ ଖୋଲା ଯାଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।