August 14, 2026

ବିଦ୍ୟାଳୟ ସ୍ତରରେ ଜୋରଦାର ଚାଲିଛି ହର ଘର ତ୍ରିରଙ୍ଗା ଅଭିଯାନ: ମାଇ ଗଭ୍ ପୋର୍ଟାଲରେ ଅପଲୋଡ୍ ହେବ ଛାତ୍ରଛାତ୍ରୀଙ୍କ କଳାକୃତି

IMG-20260813-WA0061
Share

 

ମାଲକାନଗିରି,

 

ଦେଶର ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ସମସ୍ତ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ ବ୍ୟାପକ ଭାବେ ପାଳିତ ହେଉଛି‌। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଉଛି‌। ସାରା ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ରଚନା, ବକ୍ତୃତା ଏବଂ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହେଉଛି‌। ଏଥିରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି।

ବିଭାଗୀୟ ସୂଚନା ଅନୁଯାୟୀ, ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ସଫଳ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ। ଏହା ସହିତ ସେମାନଙ୍କ ମଧ୍ୟରୁ ମନୋନୀତ ହୋଇଥିବା ଶ୍ରେଷ୍ଠ କଳାକୃତି ଓ ସୃଜନଶୀଳ ପ୍ରତିଭାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଆଧିକାରିକ ମାଇ ଗଭ୍ ପୋର୍ଟାଲରେ ଅପଲୋଡ୍ କରାଯିବ, ଯାହା ଦ୍ୱାରା ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପ୍ରତିଭା ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇପାରିବ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟତାବୋଧ ବୃଦ୍ଧି କରିବା ସହ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏକ ଶ୍ରେଷ୍ଠ ମାଧ୍ୟମ ସାଜିଛି‌।

You may have missed