August 14, 2026

ଗଜପତି:- ପାରଳାଖେମୁଣ୍ଡି ଠାରେ “ହର ଘର ତ୍ରିରଙ୍ଗା–୨୦୨୬’” ଉତ୍ସବମୁଖର ପରିବେଶରେ ବାହାରିଲା ବିଶାଳ ତ୍ରିରଙ୍ଗା ବାଇକ୍ ରାଲି

IMG-20260813-WA0048
Share

‘ହର ଘର ତ୍ରିରଙ୍ଗା–୨୦୨୬’ ଅଭିଯାନ ଉପଲକ୍ଷେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ରାଲି ପାରଳାଖେମୁଣ୍ଡି ଠାରେ ଅତ୍ୟନ୍ତ ଉତ୍ସବ ମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ସକାଳ ୮ଟା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ବିଶାଳ ରାଲିର ଶୁଭାରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ମୋହନା ଶ୍ରୀ ଦାଶରଥୀ ଗମାଙ୍ଗ ଯୋଗଦେଇ ତ୍ରିରଙ୍ଗା ବାଇକ୍ ରାଲିକୁ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ରା ହୋନାନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫଲଗୁନୀ ମାଝୀ, ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା ପ୍ରମୁଖ ଯୋଗ ଦେଇଥିଲେ।

ଏଥିସହ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ତ୍ରିରଙ୍ଗା ପତାକାରେ ସଜ୍ଜିତ ଶତାଧିକ ବାଇକ୍ ସହ ରାଲିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପାରଳାଖେମୁଣ୍ଡି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା।

ଏହି ଭବ୍ୟ ତ୍ରିରଙ୍ଗା ଯାତ୍ରାରେ ୧ ହଜାରରୁ ଅଧିକ ଜନସାଧାରଣ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇ ଜାତୀୟ ପତାକା ପ୍ରତି ଅପୂର୍ବ ଉତ୍ସାହ ଓ ସମ୍ମାନ ପ୍ରଦର୍ଶନ କରିଥିଲେ। ସମଗ୍ର ପାରଳାଖେମୁଣ୍ଡି ସହର ‘ତ୍ରିରଙ୍ଗା’ର ରଙ୍ଗରେ ରଙ୍ଗୀନ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରତିଫଳିତ କରିଥିଲା।

‘ହର ଘର ତ୍ରିରଙ୍ଗା’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶଭକ୍ତି ଓ ଜାତୀୟ ଏକତାର ଭାବନା’କୁ ଆହୁରି ସୁଦୃଢ଼ସୁରକ୍ଷା କରିବା। ଆଜିର ଏହି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ରାଲି ମାଧ୍ୟମରେ ଗଜପତିବାସୀ ଦେଶର ଗୌରବମୟ ଜାତୀୟ ପତାକା ପ୍ରତି ନିଜର ସମ୍ମାନ ଓ ଦେଶପ୍ରେମର ଭାବନାକୁ ପ୍ରକାଶ କରିବା ସହ ଜାତୀୟ ଏକତାର ବାର୍ତ୍ତାକୁ ଆହୁରି ଦୃଢ଼ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————–

You may have missed