August 14, 2026

ଶ୍ରୀଶ୍ରୀ ମା ବ୍ରଜେଶ୍ୱରୀ ନୃତ୍ୟକଳା ସଂଘ ଗୁରୁଙ୍କ ଅକାଳ ବିୟୋଗ 

IMG-20260813-WA0000
Share

 

 

ବରପାଲି – ୧୩/୮(ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କନବାର ଗ୍ରାମର ଶ୍ରୀମାନ ପ୍ରଫୁଲ୍ଲ ନାଏକ ୭୨ ବର୍ଷ ବୟସରେ ଆଜି ତାରିଖ ୧୧.୮ ଦିନ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ସରପଞ୍ଚ ତଥା କନବାର ଗ୍ରାମରେ ପ୍ରତିଷ୍ଠିତ ବ୍ରଜେଶ୍ୱରୀ ନୃତ୍ଯ କଳା ସଂଘ ତଥା ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ଯ ଗବେଷଣା କେନ୍ଦ୍ରର ଶବ୍ଦ ନୃତ୍ଯ ଗୁରୁ ଅଟନ୍ତି। ସେ ତାଙ୍କ ପଛରେ ପତ୍ନୀ ଦାୟୀ ନାଏକ ଓ ତିନୋଟି ସନ୍ତାନ ମଧ୍ଯରୁ ଝିଅ ବେଟିଖାଇ, ପୁଅ ପ୍ରଶାନ୍ତ ଓ ଶ୍ରୀକାନ୍ତ ଓ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି।ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି,ବଡ ପୁଅ ପ୍ରଶାନ୍ତ ନାଏକ ମୁଖାଗ୍ନୀ ଦେଇଥିଲେ। ତାଙ୍କ ବିୟୋଗରେ ତାଙ୍କ ବିୟୋଗରେ ଅନୁଷ୍ଠାନର ମାର୍ଗ ଦର୍ଶକ ତଥା ଶାସ୍ତ୍ରୀୟ ଶବ୍ଦ ନୃତ୍ଯ ଗୁରୁ ଭାଗବତ ପଧାନ (ଭାଗବତିଆ) ଙ୍କ ସମେତ ସ୍ମୁତି କମିଟୀ ବରପାଲି ପ୍ରତିନିଧି ପଦ୍ମଲୋଚନ ସାହୁ, ଆବାହକ ଲୁଲୁ ରବିନ ଦାଶ, ଅନୁଷ୍ଠାନ ସଂପାଦକ ନିରୋଦ ସାହୁ,ସର୍ବଶ ଭୋଇ,ସୁରେଶ ସାହୁ,ନବ କିଶୋର ବାରିକ,ଫକିର ପଧାନ, ମୋହିତ ପଧାନ, ରାତ୍ର ପଧାନ, ମହାଦେବ ପଧାନ ,କନବାର ସରପଞ୍ଚ ଅଧିକାରୀ ବାରିକ,ସମିତି ସଭ୍ଯ ତଥା ବ୍ଲକ ଉପାଧ୍ୟକ୍ଷ ଯୋଗେଶ୍ବର ବାରିକ, ବାଗବାଡି ଜୟ ଜଗନ୍ନାଥ ନୃତ୍ଯ କଳା ପରିଷଦର ବିକ୍ରମ ବେହେରା,ଗୋପାଳ ବେହେରା,ଅରକ୍ଷିତ ବେହେରା,ଉପେନ୍ଦ୍ର ମେହେର, ଭଗବାନ ସାହୁ,ଉଦୟ ସାହୁ,ସୁଦାମ ମେହେର, ସୁରେଶ ସାହୁ, ବରଗଡ ଧନୁଯାତ୍ରାରେ ଅଭିନୟ କରିଥିବା ପୂର୍ବତନ କଂସ ହୃଷିକେଶ ଭୋଇ ,ତଥା ବିଭିନ୍ନ ଅନୁଷ୍ଠାନ ମାନେ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

You may have missed