June 13, 2026

ଉମରକୋଟ କୋଣ୍ଡା ଗାଁ ରୋଡ ସ୍ଥିତ କଲ୍ୟାଣମଣ୍ଡପଠାରେ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗିଦାରୀ” କାର୍ଯ୍ୟକ୍ରମ ଅନୁଷ୍ଠିତ ……

IMG-20260613-WA0010
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଏହି କାର୍ଯ୍ୟକ୍ରମରେ ମାନ୍ୟବର କ୍ୟାବିନେଟମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ ପାଢ଼ୀ, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ରାମ ନାୟକ,ନାରୀ ନେତ୍ରୀ ଶ୍ରୀମତୀ ମନ୍ଦିରା ନାୟକ, ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆଙ୍କ ସମେତ ପୌରପରିଷଦ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ବହୁ ସଂଖ୍ୟକ ସାଧାରଣ ଜନସାଧାରଣ ଉପସ୍ଥିତ ରହିଥିଲେ।ଏହି ଶିବିର ମାଧ୍ୟମରେ ନାଗରିକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ନାଗରିକ ସେବା ପ୍ରଦାନ କରାଯିବା ସହ ସେମାନଙ୍କର ଅଭିଯୋଗ, ପରାମର୍ଶ ଓ ମତାମତ ସଂଗ୍ରହ କରାଯାଇଥିଲା ।ଆଗାମୀ ଦିନରେ ପୌର ପରିଷଦ ୱାର୍ଡ ମାନଙ୍କରେ ଏହି କାର୍ଯ୍ୟକ୍ରମ କରାଯିବ । ଉପସ୍ଥିତ ସମସ୍ତଙ୍କ ସକ୍ରିୟ ସହଯୋଗ, ଆନ୍ତରିକ ଅଂଶଗ୍ରହଣ ଓ ଉତ୍ସାହପୂର୍ଣ୍ଣ ସମର୍ଥନ ଯୋଗୁଁ କାର୍ଯ୍ୟକ୍ରମଟି ଏକ ସୁନ୍ଦର, ସୁସଂଗଠିତ ଓ ସ୍ମରଣୀୟ ରୂପ ନେଇଥିଲା। ଅତିଥିମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା, ଶୃଙ୍ଖଳାବଦ୍ଧ ବ୍ୟବସ୍ଥା ଏବଂ ସାମୂହିକ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ସମଗ୍ର ପରିବେଶ ଉତ୍ସାହ, ସମନ୍ୱୟ ଓ ସକାରାତ୍ମକ ମନୋଭାବରେ ପରିପୂର୍ଣ୍ଣ ଥିବାରୁ କାର୍ଯ୍ୟକ୍ରମଟି ଅଧିକ ଗୌରବମୟ ଓ ସଫଳ ହୋଇପାରିଥିଲା।

ସମସ୍ତ ସମ୍ମାନିତ ଅତିଥି, ପୌରପରିଷଦର ଅଧିକାରୀ ଓ କର୍ମଚାରୀବୃନ୍ଦ ତଥା ଉପସ୍ଥିତ ଜନସାଧାରଣଙ୍କ ଅମୂଲ୍ୟ ସହଯୋଗ ଓ ସକ୍ରିୟ ଭାଗିଦାରୀ ଏହି କାର୍ଯ୍ୟକ୍ରମର ସଫଳତାର ମୂଳ ଆଧାର ହୋଇଥିଲା।

You may have missed