June 13, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ରେ ନିଜେ ଶ୍ରମ ଦାନ କରି ରାସ୍ତା ତିଆରି କଲେ ଗ୍ରାମ ବାସୀ………..

IMG-20260613-WA0013
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନିଜର ସମସ୍ୟା କୁ ଦୂର କରିବାପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ,ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ତୋହରା ପଂଚାୟତ ଅଧୀନରେ ଥିବା କେରିପଦର ଗ୍ରାମରେ।କେରିପଦର ଓ ନାଙ୍ଗରସିଲ କୁ ସଂଯୋଗ କରୁଥିବା ପ୍ରାୟ ଚାରି କିଲୋମିଟର ରାସ୍ତା ୬୦ ବର୍ଷରୁ ଉର୍ଦ୍ଧ ହେଲାଣି ତିଆରି ହୋଇପାରୁନାହିଁ।ଏହି ରାସ୍ତା ଉପରେ ଝରୀଗାଁ, ରାଇଘର ଉମରକୋଟ ଓ ଚନ୍ଦାହାଣ୍ଡି ଚାରୋଟି ବ୍ଲକର ଅନେକ ଗ୍ରାମର ଲୋକେ ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରନ୍ତି। ଗ୍ରୀଷ୍ମ ଋତୁରେ କାମ ଚାଲିଯାଏ। କିନ୍ତୁ ବର୍ଷା ହେଲେ ଖାଲି ପାଦରେ ମଧ୍ୟ୍ୟ ଚାଲିଯିବାକୁ ମଧ୍ୟ କଷ୍ଟ ହୁଏ। ଅନେକ ଲୋକ ଏହି ରାସ୍ତା ଖରାପ ଯୋଗୁଁ ଦୁର୍ଘଟଣା ର ଶିକାର ମଧ୍ୟ ହେଉଥିବା ଦେଖିବାକୁ ମିଳିଛି।ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚ, ନେତା, ପ୍ରଶାସନିକ ଅଧିକାରୀ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଦେବା ସତ୍ୱେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଶେଷରେ ନିଜ ଖର୍ଚ୍ଚ ଓ ଶ୍ରମ ଦାନରେ ରାସ୍ତା ତିଆରି କଲେ କେରିପଦର ଗ୍ରାମବାସୀ। ନିର୍ବାଚନ ଆସିଲେ ବିଭିନ୍ନ ଲୋଭ ଦେଖାଇ ପ୍ରତିଶୃତି ଦେଇ ଭୋଟ ଆଦାୟ କରନ୍ତି ଜନ ପ୍ରତିନିଧି। ନିର୍ବାଚନ ସରିଲେ ସବୁ ଭୁଲି ଯାଆନ୍ତି। ନିରୀହ ଜନତାଙ୍କୁ ଭକୁଆ ବନେଇ ରାଜ କରନ୍ତି ଜନ ପ୍ରତିନିଧି ଏହି ପରି ଅଭିଯୋଗ ଆଣିଛନ୍ତି କେରିପଦର ଗ୍ରାମବାସୀ। ଅନ୍ୟ ପକ୍ଷରେ ନିରୀହ ଜନତା ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି ଙ୍କୁ ନିଜ ଦୁଃଖ କହି କହି ନୟାନ୍ତ ହୋଇପଡନ୍ତି କିନ୍ତୁ କେହି କିଛି ଶୁଣନ୍ତି ନାହିଁ। ଶେଷରେ ଗ୍ରାମରେ ବସବାସ କରୁଥିବା ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ ଏକତ୍ରିତ ହୋଇ ହାତରେ କୋଦାଳ, ଗଈଂତି, ଧରି ନିଜେ ଆଖ ପାଖ ଗ୍ରାମର ସମସ୍ୟା ଦୂର କରିବାକୁ ଯାଇ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛୁ। ଗ୍ରାମବାସୀ ଙ୍କ ଦ୍ୱାରା ରାସ୍ତା ନିର୍ମାଣ ସମ୍ପର୍କ ରେ ଉମରକୋଟ ବିଡ଼ିଓ ମନୋଜ କୁମାର ମେହେର ଙ୍କୁ ପଚାରିବାରୁ ସେ କହିଛନ୍ତି କଲଭର୍ଟ କିଛି ଥିଲା ନିର୍ମାଣ କାର୍ଯ୍ୟ କରାଯାଇଛି। ମନରେଗା ଯୋଜନା ରେ ରାସ୍ତାର ଉନ୍ନତି କରଣ ହୋଇଛି ତଥାପି ଯଦି ଗ୍ରାମବାସୀ ଙ୍କ ଯାତାୟାତ ରେ ଅସୁବିଧା ଅଳ୍ପ ଦିନ ମଧ୍ୟରେ ରାସ୍ତା ଟିକୁ ଠିକ ଭାବେ ନିର୍ମାଣ କରାଯିବ ବୋଲି। ବର୍ତମାନ ଦେଖିବାକୁ ବାକି ରହିଲା ଏହି ଅଞ୍ଚଳରେ ରହିଥିବା ରାସ୍ତା ସମସ୍ୟା ର ଦୂର ହେବ କେବେ ପ୍ରଶାସନ ଦେଇଥିବା ପ୍ରତିଶୃତି କେବେ ପୂରଣ କରିବେ।