June 10, 2026

ଭୟଙ୍କର ବିମାନ ଦୁର୍ଘଟଣା, ବିମାନରେ ଥିଲେ ୧୬୯ ଭାରତୀୟ ନାଗରିକ*

IMG-20250613-WA0001
Share

 

*ଏୟାର ଇଣ୍ଡିଆ ଦେଲା ସୂଚନା, ବିମାନରେ ଥିଲେ ୧୬୯ ଭାରତୀୟ ନାଗରିକ*

 

 

 

ବିମାନରେ ଥିଲେ ୧୬୯ ଭାରତୀୟ

 

ଉଡ଼ାଣ ଭରିବା ସମୟରେ କ୍ରାଶ୍‌ ହେଲା ବିମାନ । ବଡ଼ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବିମାନ AI171 । ଗୁଜରାଟ ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଏୟାର ଇଣ୍ଡିଆ AI-171 ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ । ଯେଉଁଥିରେ ୨୩୦ ଯାତ୍ରୀ ଏବଂ ୧୨ କ୍ରୁ ମେମ୍ବର ସାମିଲ ଥିଲେ । ଦୁର୍ଘଟଣା ଅହମ୍ମଦାବାଦର ମେଘାନିନଗର ଅଞ୍ଚଳରେ ଘଟିଛି । ଉଡ଼ାଣ ଭରିବାର କିଛି ସମୟ ପରେ କ୍ରାସ ହୋଇଥିଲା। । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ କୋଠା କିମ୍ବା କାନ୍ଥରେ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି ।

 

 

ବିମାନଟି ସମ୍ପୂଣ୍ଣ ପୋଡି ପାଉଁଶ ହୋଇଛି । ଉକ୍ତ ଅଞ୍ଚଳରେ ଧୁଆଁମୟ ପରିବେଶ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ, ଏହି ବିମାନରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିଶ୍‌ ନାଗରିକ, ଜଣେ କାନାଡା ନାଗରିକ ଏବଂ ୭ ପର୍ତ୍ତୁଗାଲ ନାଗରିକ ସାମିଲ ଥିଲେ । ଦୁର୍ଘଟଣା ପରେ ପୁଲିସ-ପ୍ରଶାସନର ଟିମ୍‌ ତୁରନ୍ତ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଥିଲେ । ଫାୟର ବ୍ରିଗେଡ୍‌ ଏନ୍‌ଡିଆରଏଫ, ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ୯୦ ଯବାନ ମୁତୟନ ଅଛନ୍ତି । ଏହି ଦୁର୍ଘଟଣା ଘଟିବା ସମୟରେ ବିମାନଟି ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି। ବିମାନବନ୍ଦର ନିକଟରେ ଏକ ସିଭିଲ୍ ହସ୍ପିଟାଲ ଅଛି, ଯେଉଁଠାରେ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି।