August 13, 2026

ତାଳଚେରରେ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

IMG-20260812-WA0049
Share

 

 

 

ତାଳଚେର ( ଦେବାଶିଷ ଦାଶ )

 

ତାଳଚେର ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ ତଳେ ପୁଲିସର ଚଢ଼ାଉ। ଏକ କାରରୁ ୨୦.୧୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଫିରୋଜ କୁମାର ଦେବତା ଓରଫ ନୁନୁ, ସୁରେନ୍ଦ୍ର ଦାସ ଓରଫ ବାବୁଲା, ଶ୍ରୀନିବାସ ବେହେରା ଓରଫ ପେଚା ଏବଂ ବିଶ୍ୱଜିତ ରାଉତ ଓରଫ ବଣ୍ଟି। ପୁଲିସ ଅନୁସାରେ, ସମସ୍ତଙ୍କ ଘର ଅନୁଗୋଳ ଜିଲ୍ଲା ଚଲାଗଡ଼ ଅଞ୍ଚଳରେ। ତଲାସୀ ବେଳେ ବ୍ରାଉନ୍ ସୁଗାର ସହ ମାରୁତି ସୁଜୁକି ଡିଜାୟାର କାର, ୭୫୦ ଟଙ୍କା ନଗଦ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପୁଲିସ ପ୍ରେସ୍ ରିଲିଜ୍ ଅନୁଯାୟୀ, ବାହାର ଅଞ୍ଚଳରୁ ବ୍ରାଉନ୍ ସୁଗାର ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଥିବା ନେଇ ତଦନ୍ତ ଚାଲିଛି। ଏନେଇ କୋଲିୟାରୀ ଥାନା କେସ୍ ନମ୍ବର ୪୮୨ରେ NDPS ଆଇନର ଧାରା ୨୧(b)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ବ୍ରାଉନ୍ ସୁଗାର କେଉଁଠାରୁ ଆସିଥିଲା ଏବଂ ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସର ତଦନ୍ତ ଜାରି ରହିଛି।