ବନ୍ତଳା ଡିଗ୍ରୀ କଲେଜ ଛାତ୍ରସଂସଦ ନିର୍ବାଚନ: ABVPର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ବନ୍ତଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ୪ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ରଜତ କୁମାର ବିଶ୍ୱାଳ, ଉପସଭାପତି ପଦ ପାଇଁ ସୁଚିତ୍ରା ନାୟକ, ସାଧାରଣ ସମ୍ପାଦକ ପଦ ପାଇଁ ସତ୍ୟଜିତ୍ ସାହୁ ଏବଂ ସହ-ସମ୍ପାଦକ ପଦ ପାଇଁ ସୌମ୍ୟାଶ୍ରୀ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଆଗାମୀ ଦିନରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ବନ୍ତଳା ଡିଗ୍ରୀ ମହାବିଦ୍ୟାଳୟର ସାମଗ୍ରିକ ଉନ୍ନତି ଦିଗରେ କାର୍ଯ୍ୟ କରିବା ସହ ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାକୁ ଗୁରୁତ୍ୱ ଦେବେ ବୋଲି ବିଧାୟକ ଆଶା ପ୍ରକାଶ କରିଛନ୍ତି। ଏଥିସହ କଲେଜର ଶିକ୍ଷାଗତ ପରିବେଶକୁ ଅଧିକ ଉନ୍ନତ କରିବା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ବିଶ୍ୱାସ ପ୍ରକଟ କରାଯାଇଛି।
