June 16, 2026

ନବୀନଙ୍କୁ ପ୍ରଫୁଲ୍ଲଙ୍କ କଡା ଜବାବ,ନାଲି ଆଖିକୁ ଡର ନାହିଁ

IMG-20250411-WA0042
Share

 

 

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଫୁଲ୍ଲ ମଲ୍ଲିକ କଡା ଜବାବ ଶୁଣାଇଛନ୍ତି। ସେ କହିଛନ୍ତି ନାଲି ଆଖିକୁ ଆମର କାହାର ଡର ନାହିଁ।ଅର୍ଥାତ ନବୀନଙ୍କ ତାଗିଦ କୁ ଫୁ କରିଦେଇ ବରିଷ୍ଠ ନେତା ଏହାକୁ ନାପସନ୍ଦ କରିଥିବା ସ୍ପଷ୍ଟ କରିଥିବା ସୂଚାଇ ଦେଇଛନ୍ତି।

 

ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦ୍ ପ୍ରସଙ୍ଗରେ ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଭଳି ବଡ଼ ବୟାନ ଦେଇ ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ ବୋଲି ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ଇଙ୍ଗିତ କରିଛନ୍ତି।

ସେ କହିଛନ୍ତି ଆମେ କେତେବେଳେ କେଉଁଠି ବସିବୁ ତାହା ଆମ ବ୍ୟକ୍ତିଗତ କଥା।ଆମେ ହୋଟେଲ୍‌ରେ ବସିପାରିବୁନି କହିବା ଠିକ୍‌ ନୁହେଁ।କେବଳ ପାର୍ଟି ମିଟିଂ ହେଲେ ଶଙ୍ଖ ଭବନକୁ ଯିବୁ।ଆମେ କେହି ଚାକିରି କରୁନୁ, ଆମର ବୟସ ହେଲାଣି କହି ବିଜେଡି ନିଆଁରେ ଘିଅ ଢାଳିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ପ୍ରଫୁଲ୍ଲଙ୍କ ନାଲି ଆଖିକୁ ଡର ନାହିଁ ସ୍ୱର ବିଜେଡିକୁ ଅଧିକ ଦୋହଲାଇ ଦେଇଛି।

You may have missed