November 16, 2026

କ୍ଷତ୍ରିୟବରପୁରରେ ବିଶ୍ୱ ମାନବଧିକାର ଦିବସ ପାଳିତ 

IMG-20241210-WA0031
Share

 

ବେଲଗୁଣ୍ଠା,10/12,ବେଲଗୁଣ୍ଠା ବ୍ଲକ ସ୍ଥିତ ଆଂଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ତରଫରୁ ବିଶ୍ୱ ମାନବଧିକାର ଦିବସ ପାଳିତ ହୋଇଯାଇଅଛି I ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରଞ୍ଜତ କୁମାର ଦାସ ପରିଚାଳନା କରିବା ସହିତ ସତ୍ୟ, ଅଂହିସା ଏବଂ ମାନବିକତା ଗୁଣଭାବ ଦ୍ଵାରା ମାନବିକତା ମୂଲ୍ୟବୋଧ ଏବଂ ବିଶ୍ୱମାନବଧିକାର ସଫଳ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ବିପ୍ରଚରଣ ତ୍ରିପାଠୀ ବିଶ୍ୱ ମାନବଧିକାର ବିଷୟରେ ସଚେତନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ Iଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed