ସାମ୍ବାଦିକ ଙ୍କ ବଡ଼ ଭାଇ ପରଲୋକ
ହାଟଡିହି ତା ୯/୧୦(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢିଆରି ପଲ୍ଲୀ ଗ୍ରାମର ଗୋଲଖ ପ୍ରସାଦ ରାଉତ୍ (୬୪) ଙ୍କ ପରଲୋକ ହୋଇଯାଇଛି। ସାମ୍ବାଦିକ ଗୋପାଳ ରାଉତ ଙ୍କ ବଡ଼ ଭାଇ ଗୋଲଖ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ରୁ ଚିକିତ୍ସିତ ହେଉଥିଲେ। ତାଙ୍କର ଗତକାଲି ୯ ତାରିଖ ଶୁକ୍ରବାର ଅପରାହ୍ନ ରେ ମୃତ୍ୟ ଘଟିଛି । ମୃତ୍ୟୁ ଖବର ପାଇ ଆଖପାଖ ଅଞ୍ଚଳ ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ସରପଞ୍ଚ ଅଜିତି ରାଉତ୍, ବିଜେପି ର ବରିଷ୍ଠ ନେତା ଆଲୋକ ସେଠୀ,ନିକୁଞ୍ଜ ଓଝା,ଙ୍କ ସମେତ ବିଜେପି ବହୁ ସଦସ୍ୟ,ବିଧାୟକ ଅଭିମନ୍ୟୁ ସେଠୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ,ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳ, ନରେନ୍ଦ୍ର ନାୟକ,ଶତ୍ରୁଘ୍ନ ପାତ୍ର,ପର୍ଶୁରାମ ପେଡା,ଆଦି ବହୁ ମନ୍ୟ ଗଣ୍ୟ ତାଙ୍କ ବାସଭବନ ରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେ ଜଣେ ମିଷ୍ଠା ଭାଷୀ,ପରୋପକାରୀ, ମେଲାପି ଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ କରାଯାଇଥିଲା। ସାନପୁଅ ଦିପୁନୁ ମୁଖାଗ୍ନି ଦେଇଥିଲେ। ବଡ଼ପୁଅ ବିଭୂତି,ଝିଅ,ସାନଭାଇ ଗୋପାଳ,ଚତ୍ରୁଭୂଜ ,ପ୍ରଦୀପ ସାନିଆ, ବାଜୁଆ, ଦିଲୁ ସମସ୍ତ ପରିବାର ସଦସ୍ୟ ଉପସ୍ଥିତି ଥିବାବେଳେ ଗ୍ରାମବାସୀ ଶେଷକୃତ୍ୟ କାର୍ଯ୍ୟ ସମୟରେ ସହଯୋଗ କରିଥିଲେ l
