ଜାତୀୟ ପର୍ଯ୍ୟାବରଣ ଛାତ୍ର ପ୍ରତିଯୋଗିତା
ଉଲୁଣ୍ଡା, ୧୦/୮ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ସିଣ୍ଡୋଲ ପରିସରରେ ଆଜି ପର୍ଯ୍ୟାବରଣ ଗତିବିଧି ଓଡିଶା ପଶ୍ଚିମ ତରଫରୁ ଛାତ୍ର ଛାତ୍ରୀଙ୍କୁ ନେଇକି ସ୍ୱତନ୍ତ୍ର ଜାତୀୟ ଛାତ୍ର ପର୍ଯ୍ୟାବରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଛାତ୍ର ଛାତ୍ରୀ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତାରେ ସାମିଲ ହୋଇଥିଲେ।ଅତିଥି ଭାବେ ଅଧ୍ୟକ୍ଷ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ର ଅଜିତ ମେହେର ସାମିଲ ହୋଇ ରାଷ୍ଟ୍ରନିର୍ମାଣ ସକାଶେ ପରିବେଶ ଉପଯୋଗୀ ରହିବା ଛାତ୍ର, ଛାତ୍ରୀଙ୍କ ଭୂମିକା ଉପରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପଯ୍ୟାବରଣ ଗତିବିଧି ଓଡିଶା ପଶ୍ଚିମ ପ୍ରାନ୍ତ ଯୁବ ଶକ୍ତି ସଂଯୋଜକ ଶମ୍ଭୁରାଜ କର୍ଣ୍ଣ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇଥିଲେ।
