June 10, 2026

ଗଜପତି:-ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260610-WA0044
Share

 

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କୀଡୀଗାଁ ପଞ୍ଚାୟତର କୀଡୀଗାଁ ଗ୍ରାମରେ ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ “ପଞ୍ଚମୁଖୀ ସ୍ୱୟଂ ସହାୟକ ଗୋଷ୍ଠି” କୀଡୀଗାଁ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନବିହାରୀ ପାଲ , ଜିଲ୍ଲା ୟା.ପି ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର (ୱାସନ )ଗଜପତି , ସରପଂଚ ଶ୍ରୀମତୀ ଆର: ରଜନୀ , ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା , ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ କାଶୀନଗର ପ୍ରମୁଖ ଅତିଥି ମାନଙ୍କ ଉପସ୍ଥିତିରେ ସଂଯୋଜକ ସି.ସି.ଡ଼ି-ସଂସ୍ଥା ପାରଳାଖେମୁଣ୍ଡି ଓ ଶ୍ରୀ ଅନ୍ନ ଅଭିଯାନ ର ଆର୍ଥିକ ସହାୟତାରେ କରl ଯାଇଥିଲା ।

କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା “ବିଷ ମୁକ୍ତ ଚାଷ” ପାଇଁ ଜୈବିକ ଖତ ର ଆଵଶ୍ୟକତା , ଆର୍ଥିକ ଲାଭ ଓ ପରିବେଶ ସୁରକ୍ଷl ରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ l ଏଥିସହ ବିଭିନ୍ନ ଜୈବିକ ଖତ ଓ ସାର ଯଥା ହାଣ୍ଡି ଖତ , ଜିବା ମୃତ , ବୀଜମୃତ ହଦରୀ , ନିମ୍ବlଅସ୍ତ୍ର ଓ ଅମୃତ ଜଳ ର ପ୍ରସ୍ତୁତି , ବ୍ୟବହାର ଓ ଉପକାର ବିଷୟରେ ଅବଗତ କରାଇବା ସହ ହାଣ୍ଡି ଖତ’ର ପ୍ରସ୍ତୁତି କରାଇଥିଲେ l

ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନବିହାରୀ ପାଲ , ଜୈବିକଖତ ଓ ସାର ବଜାରିକରଣ ବିଷୟରେ ଧାରଣା ଦେଇଥିଲେ , ଜିଲ୍ଲା ୟା.ପି: ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର ଆର୍ଥିକ ପ୍ରୋତ୍ସାହନ ର ପରିଚାଳନା ବିଷୟରେ ଗୁରୁତ୍ୱ ଦେଇଥିଲେ l ଜୈବିକ ଖତ ଓ ସାର ପ୍ରସ୍ତୁତି , ବ୍ୟବହାର ଓ ଉପକରିତା ବିଷୟରେ ଏକ ପମ୍ପଲେଟ ମଧ୍ୟ ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ ବଣ୍ଟନ କରିଥିଲେ l ସ୍ଥାନୀୟ ସରପଂଚ ଶ୍ରୀମତୀ ଆର .ରଜନୀ ପଂଚାୟତ ସ୍ତର ରେ ଜୈବିକ ଖତ ଓ ସାର ପ୍ରସାର କରିବା ପାଇଁ ପଂଚାୟତ ସ୍ତରରେ ଏକ ତାଲିମ କାର୍ଯ୍ୟକ୍ରମ କରିବା ପାଇଁ ମତ ଦେଇଥିଲେ l

ଜିନୀତl ଗମାଙ୍ଗ (ମିଶନ ଶକ୍ତି) ମା ଭବାନୀ ସ୍ୱୟଂ ସହାୟକ ଗୋଷ୍ଠି ଭଲ ବ୍ୟବସାୟ କରି ଅଧିକ ଲାଭବାନ ସହ ବ୍ଲକ ସ୍ତରରେ ଏକ ଉଦାହରଣ ହେବାପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ l

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————–