October 11, 2026

ମାଲକାନଗିରିରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଆୟୋଜିତ

IMG-20261009-WA0025
Share

 

*ମାଲକାନଗିରି,

 

ସମଗ୍ର ଶିକ୍ଷା ମାଲକାନଗିରି କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ ଆଧାରିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶୁଭାରମ୍ଭ ହୋଇଯାଇଛି।

 

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନରସିଂହ ମାଡକାମୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେବା ଓ ସଂକଳ୍ପର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରଞ୍ଜନ ରୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା, ଅତିରିକ୍ତ ମଙ୍ଗଳ ଅଧିକାରୀ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ସାଜନ୍ ଯୋଗ ଦେଇଥିଲେ।

 

ବ୍ଲକସ୍ତରୀୟ ସେବା ସଂକଳ୍ପ

ଅଭିଯାନ ମାଧ୍ୟମରେ ବଛା ହୋଇଥିବା ଛାତ୍ରଛାତ୍ରୀ ଗଣ ନିଜର ପ୍ରତିଭା ପ୍ରଦର୍ଶନ କରିବେ ଏବଂ ପୁରସ୍କୃତ ହେବେ ବୋଲି ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା ସୂଚନା ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

You may have missed